ଗଜପତିଜିଲ୍ଲା ମୋହନା ଥାନା ଅଞ୍ଚଳର ଡେଙ୍ଗମାଛକ ନିକଟରୁ : ମୋହନା ପୋଲିସ ଦ୍ବାରା – ୧ କୋଟି ଟଙ୍କାର ଗଞ୍ଜେଇ ଜବତ ୩ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ /୧୭ ମଇ ମଙ୍ଗଳବାର/ପାରଳା ଖେମୁଣ୍ଡି :- ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଧେଶ କ୍ରମେ ରା. ଉଦୟଗିରି ଏସଡି ପିଓ ଦିଲ୍ଲୀପ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ , ଏସଆଇ ସନ୍ତୋଷ କୁମାର ନାୟକ ଓ କର୍ମଚାରୀ ଚାନ୍ଦିପୁଟ- ଲୁହାଗୁଡି ଅଂଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ସ୍ଥାନୀୟ ଥାନା ଅନ୍ତର୍ଗତ ଡେଙ୍ଗମା ଛକ ନିକଟରେ ଏକ ବୋଲେରୋ ମେକ୍ସ ପିକ ଅପ ଗାଡି ନଂ-ଓଡ଼ି୨୫ସି୯୩୧୫କୁ ଅଟକାଇ ସନ୍ଦେହରେ ଯାଞ୍ଚ କରିବା ବେଳେ ଗାଡିର ପଛପଟ ଡାଲାରେ କିଛି ପ୍ଲାଷ୍ଟିକ ଜରି ଅଖାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ।

ଉକ୍ତ ଗଞ୍ଜେଇକୁ ଅତିରିକ୍ତ ମାଜିଷ୍ଟ୍ରେଟ କିଶୋର ଚନ୍ଦ୍ର ଦାଶଙ୍କ ଉପସ୍ଥିତିରେ ଓଜନ କରିବାରୁ ତାହା ୧୨ ଶହ ୩୮କିଲୋ ହୋଇଥିଲା । ଯାହାର ଆନୁମାନିକ ବଜାର ମୂଲ୍ଯ ୧ କୋଟିରୁ ଉର୍ଦ୍ଧ୍ବ ହେବ । ଉକ୍ତ ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ରା.ଉଦୟଗିରି ଥାନା ଅନ୍ତର୍ଗତ ଛେଳି ଗଡ ଗ୍ରାମର ପ୍ରଦୀପ ମାଝୀ (୩୬) ,ଅଶୋକ ରଣା (୩୬) ଓ ମୋହନା ଥାନା ଅଞ୍ଚଳର ଅଶୋକ ମାଝୀ(୨୨) । ମାଫିଆ ଅଭିଯୁକ୍ତ ମାନଙ୍କ ଠାରୁ ୩ଟି ମୋବାଇଲ ଫୋନ ଓ ନଗଦ ୪ ହଜାର ଟଙ୍କା ଜବତ ମଧ୍ୟ ହୋଇଛି। ଅଭିଯୁକ୍ତ ମାନଙ୍କୁ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି ।

Exit mobile version