ପ୍ରଫେସର ହୃଦମଣି ପ୍ରଧାନ ଙ୍କୁ ଶ୍ରଦ୍ଧାଞ୍ଜଳୀ

ଓଡ଼ିଶା ତାଜା ନ୍ୟୁଜ୍ /୧୭ ମଇ ମଙ୍ଗଳବାର/ବରଗଡ :- ପଶ୍ଚିମ ଓଡ଼ିଶା ର ଜଣେ ବିଶିଷ୍ଟ ସାହିତ୍ୟିକ ତଥା ସମ୍ବଲପୁରୀ ଭାଷା ସାହିତ୍ୟ ର ସାଧକ ସ୍ବର୍ଗତ ପ୍ରଫେସର ହୃଦମଣି ପ୍ରଧାନ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ପାଠାଗାର ର ଉପ- ସଭାପତି ଅଧ୍ୟାପକ ପ୍ରଦୀପ କୁମାର ହୋତା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଅତିଥି ବକ୍ତା ଭାବରେ ଯୋଗ ଦେଇ ସାହିତ୍ୟିକ ଡ. ଅଶୋକ ମହାପାତ୍ର ,

ପ୍ରାକ୍ତନ ଅଧ୍ୟାପକ ରବୀନ୍ଦ୍ର ଗଡତିଆ ଓ ଅଧ୍ୟାପକ ସନ୍ତୋଷ ପଣ୍ଡା ସ୍ବର୍ଗତ ପ୍ରଧାନ ଙ୍କ କାଳଜୟୀ ସାହିତ୍ୟ କୃତୀ ଉପରେ ଆଲୋଚନା କରି ସ୍ବର୍ଗତ ପ୍ରଧାନ ତାଙ୍କ ର ମହାନ୍ ସାହିତ୍ୟ କୃତୀ ଯୋଗୁଁ ଚିର ସ୍ମରଣୀୟ ହୋଇ ରହିବେ ବୋଲି ବର୍ଣ୍ଣନା କରିଥିଲେ । ଏହି ଅବସରରେ ସ୍ବର୍ଗତ ପ୍ରଧାନ ଙ୍କ ସାହିତ୍ୟ କୃତୀ କୁ ପୁସ୍ତକ ଭାବରେ ପ୍ରକାଶ କରିବାକୁ ଚେଷ୍ଟା ଆରମ୍ଭ ହୋଇଥିବାର ସୂଚନା ଦିଆ ଯାଇଥିଲା । ସଭା ଶେଷ ରେ ସମ୍ପାଦକ ବିକ୍ରମାଦିତ୍ୟ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Exit mobile version