ବିକାଶମୂଳକ କାର୍ଯ୍ୟକୁ ବର୍ଷା ପୂର୍ବରୁ ସାରିବାକୁ : ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି – ମନ୍ତ୍ରୀ ଅରୁଣ କୁମାର ସାହୁ

 1. ଜାତୀୟ ରାଜପଥର ଡ୍ରେନେଜ କାର୍ଯ୍ୟ ଓ ଦେବୋତ୍ତର କଲୋନୀରେ ଚାଲିଥିବା ଡ୍ରେନେଜ କାର୍ଯ୍ୟ ବର୍ଷା ପୂର୍ବରୁ ଶେଷ କରି ଡ୍ରେନଗୁଡ଼ିକ ସଫା ରଖିବା ସହ ସହରକୁ ସରସ ସୁନ୍ଦର କରିବା ପାଇଁ ପରାମର୍ଶ ଦେଇଛନ୍ତି ।

2. ନୟାଗଡ଼ ବଲାଙ୍ଗୀ ପାର୍କ ଯାଇ ସମସ୍ତ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଡ଼.ସାହୁ ପରାମର୍ଶ ଦେଇଛନ୍ତି ।

ଓଡ଼ିଶା ତାଜା ନ୍ୟୁଜ୍ /୧୭ ମଇ ମଙ୍ଗଳବାର/ ନୟାଗଡ଼ :- ନୟାଗଡ଼ ପୌରାଞ୍ଚଳର ବିଭିନ୍ନ ୱାର୍ଡକୁ ମନ୍ତ୍ରୀ ଅରୁଣ କୁମାର ସାହୁ ଗସ୍ତ କରିବା ସହିତ ସମସ୍ତ ବିକାଶମୂଳକ କାର୍ଯ୍ୟକୁ ବର୍ଷା ପୂର୍ବରୁ ସାରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ଜାତୀୟ ରାଜପଥର ଡ୍ରେନେଜ କାର୍ଯ୍ୟ ଓ ଦେବୋତ୍ତର କଲୋନୀରେ ଚାଲିଥିବା ଡ୍ରେନେଜ କାର୍ଯ୍ୟ ବର୍ଷା ପୂର୍ବରୁ ଶେଷ କରି ଡ୍ରେନଗୁଡ଼ିକ ସଫା ରଖିବା ସହ ସହରକୁ ସରସ ସୁନ୍ଦର କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏତଦ୍ ବ୍ୟତୀତ ନୟାଗଡ଼ ଖେଳପଡ଼ିଆ କାର୍ଯ୍ୟ, ଇନଡୋର ଷ୍ଟାଡିୟମ କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହିତ ବଡ଼ ଟ୍ରକ ରହିବା ପାଇଁ ଯେଉଁ ସ୍ଥାନ ନିରୂପଣ କରାଯାଇଛି ସେହି ସ୍ଥାନରେ ପାନୀୟ ଜଳର ସୁବିଧା ପାଇଁ ମିଳିଥିଲା ।

ପରାମର୍ଶ ଦେଇଛନ୍ତି ଏବଂ ଏଥ୍‌ସହିତ ନୟାଗଡ଼ ବଲାଙ୍ଗୀ ପାର୍କ ଯାଇ ସମସ୍ତ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଡ଼.ସାହୁ ପରାମର୍ଶ ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ପୌରାଞ୍ଚଳ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ ବ୍ଲକ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲାପରିଷଦ ସଭ୍ୟ ସରୋଜ ରଣସିଂଙ୍କ ସମେତ ପୌରାଞ୍ଚଳର ସମସ୍ତ କାଉନସିଲରମାନେ ଯୋଗ ଦେଇଥିଲେ । ଏହାସହିତ ସମସ୍ତ ବିଭାଗର ଅଧିକାରୀମାନେ ଓ ଡିଜିଟାଲ ମିଡିଆ ସଭାପତି ଶେଖ ଅନୱାର ଅଲ୍ଲୀ, ପୂର୍ବବିଭାଗ ଯନ୍ତ୍ରୀ କିଶୋର ଚନ୍ଦ୍ର ଶତପଥୀ ମଧ୍ୟ ଉକ୍ତ କାର୍ଯ୍ୟରେ ଉପସ୍ଥିତ ରହିଥିବାର ଦେଖିବାକୁ

 

Exit mobile version