ତୃତୀୟ ଆନନ୍ଦ ଆଚାର୍ଯ୍ୟ ପ୍ରୀମୀୟର ଲିଗ୍ ଫୁଟବଲ ପ୍ରତିଯୋଗିତା ଉଦ୍ଘାଟିତ

ଓଡ଼ିଶା ତାଜା ନ୍ୟୁଜ୍ /୧୬ ମଇ ସୋମବାର/ବରଗଡ :- ତୃତୀୟ ଆନନ୍ଦ ଆଚାର୍ଯ୍ୟ ପ୍ରୀମୀୟର ଲିଗ୍ ଫୁଟବଲ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ଫ୍ଲଡ଼ ଲାଇଟ୍ ରେ ୟୁନାଇଟେଡ ସ୍ପୋର୍ଟସ କ୍ଲବ ଦ୍ଵାରା ଆୟୋଜିତ ଏହି ପ୍ରତିଯୋଗିତା ର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରଗଡ ପୌର ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗିତା କୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । କ୍ଲବ ର ସମ୍ପାଦକ ଅତିଶ ପଣ୍ଡା ଙ୍କ ସଭାପତିତ୍ବ ରେ ଓ ସଚ୍ଚିଦାନନ୍ଦ ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବରେ ଅତିଥି ମାନେ ପ୍ରଥମେ ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ପରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ ।

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ର ପ୍ରାୟୋଜକ ଓଡ଼ିଶା ଏଣ୍ଟର୍ ପ୍ରାଇଯେଶ୍ ର ମୁଖ୍ୟ ଚନ୍ଦ୍ର ଶେଖର ବାଗ, ସ୍ବର୍ଗତ ଆଚାର୍ଯ୍ୟ ଙ୍କ ପୁଅ ସମ୍ବିତ ଆଚାର୍ଯ୍ୟ , ଫାଓ ଉପ ସଭାପତି ରବି ପଣ୍ଡା, ଜିଲ୍ଲା କ୍ରୀଡା ସଂସଦ ଉପ ସଭାପତି ଯୁଗଳ ପ୍ରସାଦ ସିଂ, ସାଧାରଣ ସମ୍ପାଦକ କିଶୋର ମିଶ୍ର, ଅନ୍ୟତମ ପ୍ରାୟୋଜକ ସୁମନ ଷ୍ଟିଲ ର ସତ୍ଵାଧିକାରୀ ଦିଲିପ ସାୱାଡ଼ିଆ, ୟୁନାଇଟେଡ କ୍ଲବ ର ପୂର୍ବତନ ସଭାପତି ଅଶୋକ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଆୟୋଜକ ମାନଙ୍କ ମଧ୍ୟରେ ୟୁନାଇଟେଡ କ୍ଲବ ର ସଦସ୍ୟ ତଥା ଜିଲ୍ଲା କ୍ରୀଡା ସଂସଦ ଫୁଟବଲ୍ ସମ୍ପାଦକ ସେଖ ସବଦର୍, ସୁରେଶ ଦାଶ , ପ୍ରତାପ ଦାଶ, ଗିରିଜା ନାଥ,ପ୍ରଦୀପ ନନ୍ଦ, ଜ୍ଞାନ ରଞ୍ଜନ ପୂଜାରୀ, ରୁଦ୍ର ସାହୁ,ସୁନିଲ ବାଗ, ମୋହନ କିଙ୍ଗ, ଅମିତ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଆଜିର ପ୍ରଥମ ଖେଳ ବୋଡାସମ୍ବର୍ ଏଫ୍ ସି ଓ ବରପାଲି ବାଏସନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବରପାଲି ଦଳ ୧-୦ ଗୋଲରେ ବିଜୟୀ ହୋଇଥିଲା । ଦଳ ପକ୍ଷରୁ ୧୯ ନମ୍ବର ଖେଳାଳି ଅଂଶୁ ଛତ୍ରିଆ ଏକମାତ୍ର ଗୋଲ ଦେଇଥିଲେ । ଅଂଶୁ ଓଡ଼ିଶା ୧୯ ବର୍ଷ ଦଳ ରେ ପ୍ରତିନିଧିତ୍ଵ କରୁଥିବାବେଳେ ହାଇସ୍କୁଲ ସ୍ତରରେ ଜାତୀୟ ପ୍ରତିଯୋଗିତା ରେ ପୂର୍ବରୁ ଭାଗ ନେଇଛନ୍ତି । ଆଜିର ଏହି ଖେଳକୁ ଫାଓ ରେଫରି ସୁବ୍ରତ ପୁରୋହିତ ପରିଚାଳନା କରିଥିଲେ । ତାଙ୍କୁ ଲାଇନ୍ ରେ ଅରୁଣ ନାୟକ , ପଞ୍ଚାନନ ପାତ୍ର ସହଯୋଗ କରିଥିଲେ । ଚତୁର୍ଥ ରେଫରି ଥିଲେ ନିରଞ୍ଜନ ମହାକୁର ।

ପରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ ଜିନ୍ଦଲ ଡେଭେଲପର ଗ୍ରୁପ ର ଅନିଲ ଜିନ୍ଦଲ ,ବାଲାଜୀ ମୋବାଇଲ ର ସୁଶାନ୍ତ ବେହେରା ଅତିଥି ଭାବରେ ଯୋଗ ଦେଇ ଅଂଶୁ ଛତ୍ରିଆ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ । ଦ୍ଵିତୀୟ ମ୍ୟାଚ୍ ରେଲୱେ ଏଫ୍ ସି ଓ ଏସ ଏସ ୱାଇ ଏସ କ୍ଲବ ଗୋବିନ୍ଦ ପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।  ଏଥିରେ ଏସ ଏସ ୱାଇ ଏସ କ୍ଲବ ୧-୦ ଗୋଲ ରେ ବିଜୟୀ ହୋଇଥିଲା । ଖେଳକୁ ଜାତୀୟ ରେଫରୀ ଆଶୀର୍ବାଦ କାନୁନଗୋ ପରିଚଳନା କରିଥିବା ବେଳେ ତାଙ୍କୁ ଲାଇନ୍ ରେ ସୁବ୍ରତ ପୁରୋହିତ , ପ୍ରଶାନ୍ତ ପ୍ରଧାନ ସହଯୋଗ କରିଥିଲେ । ଚତୁର୍ଥ ରେଫରି ଥିଲେ ଶୁଭମ ପାତ୍ର ।

Exit mobile version