ଓଡ଼ିଶା ତାଜା ନ୍ୟୁଜ୍ /୧୬ ମଇ ସୋମବାର/ଭୁବନେଶ୍ୱର :- ଉତ୍କଳ ଅପଡେଟ୍ସ ଆଣ୍ଡ୍ ଆଡିକ୍ସନ ଫେସନ୍ ମ୍ୟାନେଜମେଂଟ୍ ପକ୍ଷରୁ ଆଜି ୱେଲକମ୍ ହୋଟେଲ୍ ବାଏ ଆଇଟିସିରେ ଆୟୋଜନ କରାଯାଇଥିବା ଇପାରି ସଦାଶିବ ଜୁଏଲାରି ପ୍ରାୟୋଜିତ ଓଡ଼ିଶାର ସ୍ୱତନ୍ତ୍ର ପୁରସ୍କାର ସୋ’ରେ ଓଡ଼ିଶାର ବ୍ୟବସାୟ ଜଗତର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଛି । ବ୍ୟବସାୟ ଜଗତର ସଫଳ ଚେହେରାମାନଙ୍କୁ ରାଜ୍ୟର ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ନିମନ୍ତେ ସେମାନଙ୍କୁ ସମ୍ମାନିତ କରାଯାଇଛି । ସେମାନଙ୍କ ଯୋଗଦାନକୁ ମାନ୍ୟତା ଦିଆଯିବା ସହ ସେମାନଙ୍କୁ ପୁରସ୍କୃତ କରାଯାଇଛି । ଆୟୋଜକ ସୁଶ୍ରୀ ସଙ୍ଗୀତା ସାହୁ, ଜନ୍ ଅଜୟ, ଗୌରବ, ଶ୍ରୀଧର ଇପାରୀ ଓ ସୁନିଲ ମୁରର୍କାଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଆଜିର କାର୍ଯ୍ୟକ୍ରମରେ ଫ୍ରୋଜିଟ୍ର ନିର୍ଦେଶିକା ରଶ୍ମୀ ମହାପାତ୍ର, ଗାୟତ୍ରୀଦେବୀ ଗ୍ରୁପ୍ର ନିର୍ଦେଶିକା ନିରୂପମା ବିଶ୍ୱାଳ, ଇସ୍ପିରିଟ୍ ଟୟୋଟାର ନିର୍ଦେଶକ କବୀର ତନେଜା, ରିଅଲ ଇଷ୍ଟେଟ୍ ବ୍ୟବସାୟୀ ରତ୍ନମାଳା ସ୍ୱାଇଁ, ଇଣ୍ଡଲଜ୍ ଦି ସାଲୁନ୍ର ଏମ୍ଡି ସୁକୀର୍ତି ପଟ୍ଟନାୟକ, ମଦର୍ସ ପବ୍ଲିକ୍ ସ୍କୁଲର ଏମ୍ଡି ଶ୍ରୀଜିତ ପଟ୍ଟନାୟକ, ଇଭି ସ୍କୁଟରସ୍ର ସହ ପ୍ରତିଷ୍ଠାତା ଓ ଏମ୍ଡି ହର୍ଷବର୍ଦ୍ଧନ ଡିଡ୍ୱାନିଆ, ରାଜହଂସର ନିର୍ଦେଶକ ପ୍ରଦୀପ ପାନସାରି, ଓଡ଼ିଶା ହୋଟେଲ୍ର ଏମ୍ଡି ରାଜୀବ ସ୍ୱାଇଁ, ଏମ୍ବାସିର ଏମ୍ଡି ପୁଣ୍ୟ ପ୍ରକାଶ ପରିଡ଼ା ଓ ବିଗିଜ୍ ବର୍ଗର ପ୍ରତିଷ୍ଠାତା ବିରଜା ପ୍ରସାଦ ରାଉତଙ୍କୁ ଉତ୍କଳ ଟାଇକୁନ୍ସ ଆୱାର୍ଡସ୍ ପ୍ରଦାନ କରାଯାଇଛି ।
