ଓଡ଼ିଶା ତାଜା ନ୍ୟୁଜ୍ /୧୬ ମଇ ସୋମବାର/ଭୁବନେଶ୍ୱର :- ଉତ୍କଳ ଅପଡେଟ୍ସ ଆଣ୍ଡ୍ ଆଡିକ୍ସନ ଫେସନ୍ ମ୍ୟାନେଜମେଂଟ୍ ଆଣ୍ଡ୍ କନସଲଟାନ୍ସି ପକ୍ଷରୁ ଆଜି ଇପାରି ସଦାଶିବ ଜୁଏଲାରି ପ୍ରାୟୋଜିତ ଓଡ଼ିଶାର ସ୍ୱତନ୍ତ୍ର ପୁରସ୍କାର ସୋ’ ଓ ଫେସନ୍ ଫେଷ୍ଟ୍ “ଉତ୍କଳ ଟାଇକୁନ୍ସ ଆୱାର୍ଡସ୍ ୱିଥ୍ ଭୁବନେଶ୍ୱର ରନ୍ୱେ ୱିକ୍ ସିଜନ୍-୬’ ଭୁବନେଶ୍ୱରର ୱେଲ୍କମ୍ ହୋଟେଲ୍ରେ ଅପରାହ୍ନ ୫ଟା ୩୦ ପରଠାରୁ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବ୍ୟବସାୟ ଜଗତର ଅନେକ ବିଶିଷ୍ଠ ପ୍ରତିଭାମାନଙ୍କ ସଫଳତାକୁ ପାଳନ କରାଯିବା ସହ ସେମାନଙ୍କୁ ସ୍ୱୀକୃତି ଦିଆଯିବ ଓ ପୁରସ୍କୃତ କରାଯିବ ।

ଭୁବନେଶ୍ୱର ରନ୍ୱେର ନିର୍ଦେଶକ ଜନ୍ ଅଜୟ କହିଛନ୍ତି ଯେ, “ଏଥର ଆମେ ମିଳିତ ଭାବେ ଉତ୍କଳ ଟାଇକୁନ୍ସ ଆୱାର୍ଡସ୍ ଓ ଭୁବନେଶ୍ୱର ରନ୍ୱେ ୱିକ୍ ସିଜନ୍-୬ ଆୟୋଜନ କରିବୁ । ଏହି ପୁରସ୍କାର ଜରିଆରେ ଆମେ ବ୍ୟବସାୟ ଜଗତର ଟାଇକନୁ୍ମାନଙ୍କୁ ମାନ୍ୟତା ପ୍ରଦାନ କରିବାକୁ ଚାହୁଛୁ । ଭୁବନେଶ୍ୱର ୱିକ୍ ସିଜନ୍ ୬ରେ ଡିଜାଇନରମାନେ ସେମାନଙ୍କ ଡିଜାଇନ୍କୁ ପ୍ରଦର୍ଶନ କରିବେ ଓ ଏଥିରେ ୩୦ ପାଖାପାଖି ମଡେଲ୍ ଅଂଶଗ୍ରହଣ କରିବେ ।’’
