ଓଡ଼ିଶା ତାଜା ନ୍ୟୁଜ୍ /୧୫ ମଇ ରବିବାର/ରଣପୁର :- ଅଜଣା ଲୋକଙ୍କୁ ଲିପ୍ଟ ଦେଇ ଲୁଟ୍ ର ଶିକାର ହୋଇଥିଲେ ଯୁବକ । କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଥାନା ଅନ୍ତର୍ଗତ କଟଗଣ୍ଡା ସାହିର ବିବେକାନନ୍ଦ ମଲ୍ଲିକ ଙ୍କ ପୁଅ ସଂବିତ୍ ମଲ୍ଲିକ ଅଜଣା ବ୍ୟକ୍ତି ଙ୍କୁ ଲିପ୍ଟ ଦେଇ ଲୁଟ୍ ପାଟ୍ ର ଶିକାର ହୋଇଥିଲେ । ତେବେ ସମ୍ବିତ ମଲ୍ଲିକ କୌଣସି କାମରେ ନିଜ ଗ୍ରାମକୁ ଯାଇ ଭୁନେଶ୍ବର ଫେରିଲା ବେଳେ ଓଡଗାଁ ରୁ ଜଣେ ଅଜଣା ବ୍ୟକ୍ତି ସମ୍ବିତ ଙ୍କୁ ଲିପ୍ଟ୍ ମାଗି ସମ୍ବିତ ସାଙ୍ଗରେ ଫେରିଥିଲେ ।

ଗୋଡ଼ିମଡ଼ା ସ୍ଥିତ କାଜୁ ଜଙ୍ଗଲ ନିକଟରେ ଉକ୍ତ ବ୍ୟକ୍ତି ଜଣଙ୍କ ସମ୍ବିତ ଙ୍କ ମୁଁହ ରେ ନିଶା ଦ୍ରବ୍ୟ ସ୍ପ୍ରେ କରିବା ପରେ ସମ୍ବିତ ଙ୍କୁ ଉକ୍ତ କାଜୁ ଜଙ୍ଗଲରେ ଫୋପାଡି ସମ୍ବିତ ଙ୍କ ବାଇକ୍ , ମୋବାଇଲ୍ ଫୋନ୍ ଏବଂ ପର୍ସ ରୁ ୩୦୦୦ ଟଙ୍କା ଲୁଟି ନେଇଥିଲେ । ଉକ୍ତ ସ୍ଥାନରେ କିଛି ଲୋକ ପହଞ୍ଚି ସମ୍ବିତ୍ ଙ୍କୁ ଉଦ୍ଧାର କରିଥିଲେ । ସମ୍ବିତ ଙ୍କ ବୟାନ ଅନୁସାରେ ଲିପ୍ଟ୍ ମାଗିଥିବା ବ୍ୟକ୍ତି ଅନ୍ୟ ଦୁଇ ଜଣଙ୍କ ସହ ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା । ରଣପୁର ଥାନା ଅନ୍ତର୍ଗତ ଦର୍ପନାରାୟଣପୁର ଫାଣ୍ଡି ରେ ଏହି ଅଭିଯୋଗ ହୋଇଥିଲା ।
