ବିସ୍ଥାପିତ ଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ

ଓଡ଼ିଶା ତାଜା ନ୍ୟୁଜ୍ /୧୫ ମଇ ରବିବାର/ବରଗଡ଼ ଜିଲ୍ଲା :-  ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ର ଅନୁରୋଧ କ୍ରମେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭୁକ୍ତା ତରଫରୁ ମୁଖ୍ୟ ଡା. ଟେମରାମ ଦେହେରି ଙ୍କ ତତ୍ତ୍ୱ।ବଧାନ ରେ ବିସ୍ଥାପିତ କୁରୁମକେଲ ଠାରେ ବିସ୍ଥାପିତ ଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା | ଉକ୍ତ ଶିବିର ରେ ଛଅ ଜଣ ଗର୍ଭବତୀ ଙ୍କ ସମେତ ୫୮ ଜଣ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯାଇଥିଲା । ଉକ୍ତ ଶିବିର କୁ ଓଡିଶା ସରକାର ଙ୍କ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର, ବରଗଡ଼ ଜିଲ୍ଲାପାଳ ମୋନିଷ| ବାନାର୍ଜୀ ତଥା ହୀରାକୁଦ ବନ ଖଣ୍ଡ ଅଧିକାରୀ ପ୍ରମୁଖ ପରିଦର୍ଶନ କରିଥିଲେ | ଏହି ଅବସରରେ ଶୃଯୁକ୍ତ ମହାପାତ୍ର ଆମ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରକୋଷ୍ଠ କୁ ଫିତା କାଟି ଉଦଘାଟନ କରିଥିଲେ । ଶ୍ରୀ ମହାପାତ୍ର ବିସ୍ଥାପିତ ଲୋକଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝି ଥିଲେ |

ଉକ୍ତ ଶିବିରରେ ଲଖନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଡା. ଦୁର୍ଗା ପ୍ରସାଦ ଦାଶ, ଫାର୍ମାସିଷ୍ଟ ରୋହିତ ସାହୁ, ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଦିନ ଦୟାଲ ପଟେଲ, କଲ୍ୟାଣୀ ପଧାନ, ସଂଯୁକ୍ତା କେରକେଟା, ରାଜ କିଶୋର ନାଗ, ଶଙ୍କର ପ୍ରସାଦ ମେହେର,ସ୍ୱାସ୍ଥ୍ୟ ସୁପରଭାଇଜର ଗୋବିନ୍ଦ ପଧାନ ସ୍ୱାସ୍ଥ୍ୟ କର୍ମୀ ଜ୍ୟୋତିର୍ମୟୀ ସାହୁ, ଜ୍ଞାନ ବନ୍ତ ଡନସନା, ସିଏଚଓ ସତ୍ୟ ପ୍ରକାଶ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ |ସ୍ଥାନୀୟ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ସୁଦାମ ଚରଣ ପାଣିଗ୍ରାହୀ ଓ ବିଡିଏମ ମେଘନାଦ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |
ସ୍ଥାନୀୟ ବନ ବିଭାଗ ରୁ ଦିଲ୍ଲୀପ ଧଳ ଓ ଫରେଷ୍ଟର ସଂଜୀବ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ |

Exit mobile version