
ଓଡ଼ିଶା ତାଜା ନ୍ୟୁଜ୍ /୧୫ ମଇ ରବିବାର/ବରଗଡ଼ :- ରାଜ୍ୟ ସରକାର ଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ବରଗଡ଼ ଜିଲ୍ଲା ରେ ନିର୍ମାଣ ଧିନ ଗଙ୍ଗାଧର ମେହେର ମେଗା ଉଠା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ର ତଦାରଖ କରିଥିଲେ। ହୀରାକୁଦ ବନ୍ଧ ଜିରୋ ପଏଣ୍ଟ ସିକିରଡିହି ଗ୍ରାମ ନିକଟରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ସହ କଟାପାଲି ମେଗା ପାଇପ ଲାଇନ ପାଇଁ ଇନଟେକ ଓ୍ବେଲ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ସେହିପର ବରଗଡ଼ ଜିଲ୍ଲା ପ୍ରଶାସନ ସହ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ ।

