ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସମର୍ପିତ ବ୍ୟକ୍ତି ସବୁ ସ୍ତରରେ ପ୍ରଶଂସିତ-ରାଜ୍ୟପାଳ

ଓଡ଼ିଶା ତାଜା ନ୍ୟୁଜ୍ /୧୪ ମଇ ଶନିବାର/ ଭୁବନେଶ୍ୱର :- ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଦା ସଚେତନ ଏବଂ ସମର୍ପିତ ବ୍ୟକ୍ତି ସବୁ ସ୍ତରରେ ପ୍ରଶଂସିତ ଓ ଏପରି ଏକ ସଫଳ ଦୃଷ୍ଟାନ୍ତ ହେଉଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍. ଏମ୍. ରାଜେନ୍ଦ୍ରନ ଯେ କି ବିଭିନ୍ନ ଉଚ୍ଚ ପଦପଦବୀରେ କାର୍ଯ୍ୟ କରି ଓ ନିରନ୍ତର ସେବା ପ୍ରଦାନ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଏବଂ ସେ ଯୁବପିଢିଙ୍କ ପାଇଁ ଆଦର୍ଶ ଓ ପ୍ରେରଣା ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ପୂର୍ବାହ୍ନରେ ରାଜଭବନର ଅଭିଷେକ ହଲରେ ପୂର୍ବତନ ରାଜ୍ୟପାଳ ଏମ୍.ଏମ୍. ରାଜେନ୍ଦ୍ରନଙ୍କ ଦ୍ୱାରା ଲିଖିତ ଇଂରାଜୀ ପୁସ୍ତକ ‘ ସର୍ଭିସ୍ ଅନ୍ଇଣ୍ଟରପ୍ଟେଡ୍’ କୁ ଲୋକାର୍ପଣ କରି ରାଜ୍ୟପାଳ ଶିଶୁମାନଙ୍କର ବିକାଶ ପାଇଁ ପୂର୍ବତନ ରାଜ୍ୟପାଳଙ୍କ କାର୍ଯ୍ୟ ଓ ଯୋଜନା ପ୍ରଣୟନରେ ଭୂମିକାକୁ ପ୍ରଶଂସା କରିବା ସହ ଶିଶୁମାନଙ୍କ ମଧ୍ୟରେ ଥିବା ଅସୀମିତ ସମ୍ଭାବନାକୁ ବାସ୍ତବତାରେ ପରିପ୍ରକାଶ କରିବା ପାଇଁ ଉଦ୍ୟମ ଆମର ସର୍ବଦା ପ୍ରାଥମିକତା ବୋଲି କହିଥିଲେ ।
