Home ଓଡ଼ିଶା ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଆଜି ସ୍ପଷ୍ଟ କରିଛନ୍ତି … by Proprietor Abhimanyu Maharana 4 years ago Share on FacebookShare on TwitterWhatsapp 1. ବିଧାୟକ ଶ୍ରୀ ଷଡ଼ଙ୍ଗୀ ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ଦେଇ ଏହି କଥା କହିଛନ୍ତି ।“ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ମୁଁ କେବେ ବି ବିରୋଧ କରିନି । 2. ମୋ କହିବା କଥା ଜଗନ୍ନାଥ ମନ୍ଦିରରେ ଯେଉଁ ପ୍ରକଳ୍ପ ଚାଲିଛି, ତାକୁ ନେଇ କୌଣସି ପ୍ରକାର ରାଜନୀତ କରା ନଯାଉ । ଏହାକୁ ସମସ୍ତେ ସହଯୋଗ କରନ୍ତୁ । ରାଜ୍ୟ ସରକାର ଓ ଭାରତ ସରକାର ମିଶିକି କାମଟାକୁ ସାରି ଦିଅନ୍ତୁ । 3. ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଐତିହ କୀର୍ତ୍ତିରାଜି ଯେତେବେଳେ ଭଙ୍ଗା ହେଲା, ସେତେବେଳେ ବିରୋଧ ହେବାର ଥିଲା । ସେତେବେଳେ କେହି ବିରୋଧ କଲେନି । ବିଧାନସଭାରେ ଯେତେବେଳେ ପ୍ରସ୍ତାବ ଆସିଥିଲା, ସମସ୍ତ ୧୪୭ ବିଧାୟକ ହାତ ଟେକି ଏହାକୁ ସ୍ୱାଗତ କରି ଦେଲେ । ମଠ ଭାଙ୍ଗିବା ପାଇଁ ମହନ୍ତ ମାନେ ବି ରାଜି ହୋଇଯାଇଥିଲେ । ସେଥିରେ ମୁଁ କାହିଁକି ବିରୋଧ କରିଥା’ନ୍ତି ..? ଓଡ଼ିଶା ତାଜା ନ୍ୟୁଜ୍ /୧୩ ମଇ ଶୁକ୍ରବାର /ପୁରୀ :- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ବିଜେପିର ଦୁଇ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ବେଆଇନ କହି ଜୋରଦାର ବିରୋଧ କରୁଥିବା ବେଳେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଆଜି ସ୍ପଷ୍ଟ କରିଛନ୍ତି ଯେ ସେ ଏହାକୁ କେବେ ବି ବିରୋଧ କରି ନାହାନ୍ତି । ଏହା ସହିତ ଏହି କାମକୁ ତୁରନ୍ତ ଶେଷ କରାଯାଉ ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ସେ ବାରମ୍ବାର ମତ ବଦଳାଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଧାୟକ ଶ୍ରୀ ଷଡ଼ଙ୍ଗୀ ଆଜି ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ଦେଇ ଏହି କଥା କହିଛନ୍ତି । ସେ କହିଛନ୍ତି, “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ମୁଁ କେବେ ବି ବିରୋଧ କରିନି । ପ୍ରାରମ୍ଭରୁ ମୋର ଏଥିପ୍ରତି ସମର୍ଥନ ରହିଛି । ଆଜି ବି ଅଛି । ପୂରା ପ୍ରକଳ୍ପ କାମ ଶେଷ ହେବା ପର୍ଯ୍ୟନ୍ତ ସମର୍ଥନ ରହିବ । ମୁଁ କେବେ ମତ ବଦଳେଇନି । ଏମଆର ମଠ ଭଙ୍ଗା ହେଲା ଦିନଠୁ ମୁଁ ଏହାକୁ ସମର୍ଥନ କରୁଛି । ମୋ କହିବା କଥା ଜଗନ୍ନାଥ ମନ୍ଦିରରେ ଯେଉଁ ପ୍ରକଳ୍ପ ଚାଲିଛି, ତାକୁ ନେଇ କୌଣସି ପ୍ରକାର ରାଜନୀତ କରା ନଯାଉ । ଏହାକୁ ସମସ୍ତେ ସହଯୋଗ କରନ୍ତୁ । ରାଜ୍ୟ ସରକାର ଓ ଭାରତ ସରକାର ମିଶିକି କାମଟାକୁ ସାରି ଦିଅନ୍ତୁ । ଏହାକୁ ଯେତେ ବିବାଦ ଭିତରକୁ ଟାଣିବେ ଶ୍ରୀମନ୍ଦିର ଓ ପୁରୀ ସହରବାସୀଙ୍କର ସେତେ ଅଧିକ କ୍ଷତି ହେବ ।” ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଐତିହ କୀର୍ତ୍ତିରାଜି ଯେତେବେଳେ ଭଙ୍ଗା ହେଲା, ସେତେବେଳେ ବିରୋଧ ହେବାର ଥିଲା । ସେତେବେଳେ କେହି ବିରୋଧ କଲେନି । ବିଧାନସଭାରେ ଯେତେବେଳେ ପ୍ରସ୍ତାବ ଆସିଥିଲା, ସମସ୍ତ ୧୪୭ ବିଧାୟକ ହାତ ଟେକି ଏହାକୁ ସ୍ୱାଗତ କରି ଦେଲେ । ମଠ ଭାଙ୍ଗିବା ପାଇଁ ମହନ୍ତ ମାନେ ବି ରାଜି ହୋଇଯାଇଥିଲେ । ସେଥିରେ ମୁଁ କାହିଁକି ବିରୋଧ କରିଥା’ନ୍ତି ..? ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ବିଜେଡି ସହିତ ତାଙ୍କର ଗୁପ୍ତ ବୁଝାମଣା ହୋଇଛି କି ବୋଲି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ସେ କହିଥିଲେ- ନା, ଏଠି ନୋ ପଲିଟିକ୍ସ। ଓନ୍ଲି ବିକାଶ । ମୁଁ ମ୍ୟୁନିସିପାଲିଟି ଚେୟାରମ୍ୟାନ ଥିବା ବେଳେ ମୁଁ ନିଜକୁ ନା ବିଜେଡିର କହୁଥିଲି ନା ବିଜେପିର ନା କଂଗ୍ରେସର । ମୁଁ ନିଜକୁ କେବଳ ପୁରୀର ନଗରପାଳ ବୋଲି ଭାବୁଥିଲି । ଚୌକିରୁ ତଳକୁ ଓହ୍ଲାଇଲେ ବିଜେଡିର ହେଉଥିଲି । ଏବେ ମୁଁ ପୁରୀ ବିଧାୟକ । Categories: ଓଡ଼ିଶା, ପୁରୀ, ରାଜନୀତି, ହୋମ୍ Related Content କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026 ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ by Proprietor Abhimanyu Maharana September 26, 2026