ମଦ ପିଆଇ ଦୁଷ୍କର୍ମ ଅଭିଯୋଗରେ ଯୁବ ବ୍ୟବସାୟୀ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ /୧୩ ମଇ ଶୁକ୍ରବାର /ଭୁବନେଶ୍ୱର :- ରାଜଧାନୀ ଉପକଣ୍ଠ ପାହାଳ ଥାନା ଅଞ୍ଚଳରେ ଥିବା ଏକ ବାର ରେ ଜୈନକା ଯୁବତୀଙ୍କୁ ପାନୀୟ ରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ପାହାଳ ଥାନା ପୋଲିସ ଅଭିଯୋଗର ପାଞ୍ଚ ଦିନ ପରେ ଅଭିଯୁକ୍ତ ଯୁବକକୁ ଗିରଫ କରିଛନ୍ତି । ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ,ଅଭିଯୁକ୍ତ ଜଣକ ଯୁବତୀ ଜଣଙ୍କୁ ଏକ ବାର ରେ ମଦ ପିଆଇ ନେଇ ଅଚେତନ ଅବସ୍ଥାରେ ଦୁଷ୍କର୍ମ କରିଥିଲେ,

ପରେ କୌଶଳ କ୍ରମେ ଯୁବତୀ ଜଣକ ଯୁବକଙ୍କ କବଳରୁ ଖସି ଆସି ପାହାଳ ଥାନା ରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଯୁବକ ଜଣକ ଜଣେ ବ୍ୟବସାୟୀ ହୋଇଥିବା ଜଣାପଡ଼ିଥିବା ବେଳେ ତାଙ୍କ ନାମ କିଶନ ଅଗ୍ରୱାଲ ବୋଲି ସୂଚନା ମିଳିଛି।ଗିରଫ ପରେ ଯୁବକଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

Exit mobile version