Home ଓଡ଼ିଶା ଗଜପତି ଜିଲ୍ଲା ନୂଆଗଡ ବ୍ଲକର ୫ଟି ରୁପାନ୍ତିକରଣ ବିଭିନ୍ନ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ – ପିଡି ଡିଆର୍ଡିଏ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ /୧୩ ମଇ ଶୁକ୍ରବାର /ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାଏକ ନୂଆଗଡ ବ୍ଲକର ବିଭିନ୍ନ ୫ଟି ରୂପାନ୍ତିକରଣ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟର ପରିଦର୍ଶନ ଓ ନିରୀକ୍ଷଣ କରିଥିବାର ଜଣାପଡିଛି । ପିଡି ଡିଆର୍ଡିଏ ଶ୍ରୀ ନାଏକ କେରେଡାଙ୍ଗ ଠାରେ ଥିବା ହାଇସ୍କୁଲ, ସରଳାପଦର ଗ୍ରାମ ଠାରେ ଥିବା ହାଇସ୍କୁଲ ଏବଂ ନୂଆଗଡ ଠାରେ ଥିବା ଏଲ୍ଏନ୍ ବିଦ୍ୟାପୀଠ ଆଦିର ପରିଦର୍ଶନ ଓ ନିରୀକ୍ଷଣ କରିଥିଲେ । ବିଦ୍ୟାଳୟ ଗୁଡିକରେ ଚାଲିଥିବା ସ୍ମାର୍ଟ ବୋର୍ଡ, ଇ-ଲାଇବ୍ରେରୀ, ବିଜ୍ଞାନଗାର, କମ୍ପ୍ୟୁଟର ଲ୍ୟାବ, ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ, ଖେଳପଡିଆ, ବଗିଚା ଆଦି ନିର୍ମାଣ ତଥା ଉନ୍ନୟନ କାର୍ଯ୍ୟ ସମ୍ପର୍କେ ପଚାରି ବୁଝିଥିଲେ । ଏହାସହ ବକେୟା କାମଗୁଡିକୁ ଅତି ଶୀଘ୍ର ସମାପନ କରିବା ପାଇଁ ପରାମର୍ଶ ଦେଇଥିବାର ଜଣାପଡିଛି । ପିଡିଙ୍କ ଏହି ପରିଦର୍ଶନ ସମୟରେ ବ୍ଲକସ୍ତରୀୟ ଅଧିକାରୀ, ସହକାରୀଯନ୍ତ୍ରୀ, ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଉନ୍ନୟନ କାର୍ଯ୍ୟର ବିଭିନ୍ନ ବିବରଣୀ ସମ୍ପର୍କରେ ଆଲୋଚନା କରିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ବିଦ୍ୟୁତ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ପାର୍ବଣ୍ୟରେ ଅଘୋଷିତ ବିଦ୍ୟୁତ୍ କାଟ ଏବଂ ରକ୍ଷଣାବେକ୍ଷଣା ବିଳମ୍ବ ଯୋଗୁଁ ରଣପୁର ଅଞ୍ଚଳରେ ଅସନ୍ତୋଷ by Proprietor Abhimanyu Maharana October 21, 2026 ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି by Proprietor Abhimanyu Maharana October 21, 2026 ମାନସ ଭବନରେ ଗରବା-ଡାଣ୍ଡିଆର ସମାପନି ସନ୍ଧ୍ୟା, ପାରମ୍ପରିକ ରଙ୍ଗରେ ରଙ୍ଗୀନ ହେଲା କଣ୍ଟାବାଞ୍ଜି by Proprietor Abhimanyu Maharana October 20, 2026 ଏସ୍ଓଏସ୍ ଚିଲ୍ଡ୍ରେନ୍ସ ଭିଲେଜ୍ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ by Proprietor Abhimanyu Maharana October 20, 2026 ଶିଶୁ କିଶୋର ପତ୍ରିକା "କୃପାନେତ୍ର"ର ଶାରଦୀୟ ପୂଜା ସଂଖ୍ୟା ଉନ୍ମୋଚନ by Proprietor Abhimanyu Maharana October 20, 2026 ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ by Proprietor Abhimanyu Maharana October 20, 2026