ବରଗଡ ଡିଷ୍ଟ୍ରିକ୍ଟ ପ୍ରିମିୟର ଲିଗ୍ : ବି ଡି ପି ଏଲ – ୭ ରେ ଅତାବିରା ଚାମ୍ପିଅନ

ଓଡ଼ିଶା ତାଜା ନ୍ୟୁଜ୍ /୧୨ ମଇ ଗୁରୁବାର/ବରଗଡ :- ବରଗଡ ଡିଷ୍ଟ୍ରିକ୍ଟ ପ୍ରିମିୟର ଲିଗ୍ ,ବି ଡି ପି ଏଲ -୭ ର ଆଜି ଅନୁଷ୍ଠିତ ସଂଘର୍ଷପୁର୍ଣ୍ଣ ଫାଇନାଲ ମ୍ୟାଚ ରେ ଅତାବିରା ଦଳ ର ଅଧିନାୟକ ମହମ୍ମଦ ସଲିମ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ମନୋଜ ଶର୍ମା ,ଦିବ୍ୟ କୁମାର, ଦେବବ୍ରତ ପ୍ରଧାନ ଙ୍କ ଧୁଆଁଧାର ବ୍ୟାଟିଂ ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭର ରେ ୧୯୭/୭ ରନ କରିଥିଲା। ଦଳ ପକ୍ଷରୁ ଦିବ୍ୟ କୁମାର ୪୦ ରନ, ମନୋଜ ଶର୍ମା ୩୨ ରନ, ସୁମିତ ରାଏ ୨୬ ରନ, ଦେବବ୍ରତ ପ୍ରଧାନ ୨୮ ରନ,ମହମ୍ମଦ ଇଫ୍ଟିକର୍ ୨୫ ରନ , ମହମ୍ମଦ ସଲିମ ୧୫ ରନ କରିଥିଲେ। ପ୍ରତିପକ୍ଷ ଦଳର ପିକେସ ସ୍ବାଇଁ ୩୧/୩, ପ୍ରୟାସ ସିଂ ଠାକୁର ୨୯/୨, ରାଜା ବାବୁ ୨୩/୧ ୱିକେଟ ନେଇଥିଲେ।ଏକ ବଡ ସ୍କୋର କୁ ପିଛା କରି ବରଗଡ ସ୍ପାର୍ଟାନ୍ ଦଳ ର ଉଭୟ ପ୍ରାରମ୍ଭିକ ଯୋଡ଼ି ରୂପକ ପ୍ରଧାନ ଓ ଶୃତିରାଜ୍ ମଧ୍ୟ ଧୂଆଁଧାର ବ୍ୟାଟିଂ ଆରମ୍ଭ କରି ଦଳ କୁ ଭଲ ଆରମ୍ଭ ଦେଇଥିଲେ। ସୃତିରାଜ ୩୯ ରନ ଓ ରୂପକ ୨୨ ରନ କରି ଆଉଟ୍ ହୋଇ ଫେରିଯିବା ଫଳରେ ଦଳ ଟିକିଏ ବେକ୍ ଫୁଟ କୁ ଚାଲି ଯାଇଥିଲା।

ପରେ ଦଳର ଆଉ କୌଣସି ଖେଳାଳୀ ଅତାବିରା ଦଳ ର ବୋଲର ମାନଙ୍କ ବୋଲିଂ ର ସାମନା କରି ନପାରି ୧୮ ଓଭର ରେ ସମସ୍ତ ୱିକେଟ ହରାଇ କରିଥିଲେ ୧୩୪/୮ ରନ। ଫଳରେ ଅତାବିରା ଦଳ ଫାଇନାଲ ମ୍ୟାଚ କୁ ୬୩ ରନ ରେ ଜିତି ସପ୍ତମ ବିଡିପିଏଲ୍ ର ଚମ୍ପିୟାନ ହେବା ସହ ୫ ଥର ବିଡିପିଏଲ୍ ଚମ୍ପିୟାନ ହେବା ର ଏକ ବିରଳ ରେକର୍ଡ କରି ନେଇଛି।ଅତାବିରା ଦଳ ପକ୍ଷରୁ ଦେବବ୍ରତ ପ୍ରଧାନ ୩୬/୩ , ମହମ୍ମଦ ଇଫତିକାର ୨୯/୨ , ସୁଶାନ୍ତ ଗୁପ୍ତା ୧୮/୨ ୱିକେଟ ନେଇଥିଲେ। ଆଜିର ଖେଳ କୁ ଅମିୟ ଭୂଷଣ ସାହୁ ଓ ଅକ୍ଷୟ ସାହାଣୀ ପରିଚାଳନା କରିଥିଲେ। ସ୍କୋରର ଥିଲେ ରଜତ ଦାଶ,ମନୋଜ ପାତ୍ର, ଧାରା ବିବରଣୀ ପ୍ରକାଶ କରିଥିଲେ ସନ୍ତୋଷ ନାୟାର ଓ ଶୁଭମ୍ ପାତ୍ର। ଆଜିର ମ୍ୟାଚ୍ ଆରମ୍ଭ ରୁ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ର ସମସ୍ତ ସଦସ୍ୟ, ସମସ୍ତ ଖେଳାଳୀ, ମ୍ୟାଚ୍ ଅଫିଶସିଏଲ୍ ମାନେ ପଡିଆ ମଝିରେ ରାଷ୍ଟ୍ରୀୟ ଗାନ କରିଥିଲେ। ସମସ୍ତେ ଦିବଂଗତ କ୍ରିକେଟ ଖେଳାଳୀ ୱିଲସନ ସିଂ, ବିକ୍ରମ ବାଗ ଓ ଆନନ୍ଦ ପ୍ରଧାନ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

ଜିଲ୍ଲା କ୍ରିକେଟ ଆସୋସିଏସନ ର ହରିହର ପ୍ରଧାନ ଙ୍କ ସଭାପତିତ୍ବରେ ଓ ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିଧାୟକ ଦେବେଶ ଆଚାର୍ଯ୍ୟ, ଓଡ଼ିଶା ଏଣ୍ଟର ପ୍ରାଇଯେସ ର ମୁଖ୍ୟ ଚନ୍ଦ୍ର ଶେଖର ବାଗ, ବିକାଶ ଗ୍ରୁପ ର ଚେୟାରମେନ ଡି. ମୁରଲୀ କ୍ରିଷ୍ଣା, ବିଜେପି ନେତା ଅଶ୍ଵିନୀ ଷଡ଼ଙ୍ଗୀ , ତ୍ରିଦେବ ଇଣ୍ଟର୍ ନେସନାଲ ର ମୁଖ୍ୟ କୈଳାଶ ଅଗ୍ରୱାଲ ଅତିଥି ଭାବରେ ଯୋଗ ଦେଇ ଉଭୟ ଚମ୍ପିୟାନ ଓ ରନର୍ର୍ସ ଅଫ ଦଳ ଓ କୃତି ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏଥିରେ ଅତାବିରା ହୁଆଇଟ ହର୍ଷ ଦଳ ଚମ୍ପିୟାନ ଟ୍ରଫି ସହ ନଗଦ ୧ ଲକ୍ଷ ଟଙ୍କା, ବରଗଡ ସ୍ପାର୍ଟନ ଦଳ ରନର୍ର୍ସ ଅଫ ଟ୍ରଫି ସହ ନଗଦ ୬୦ ହଜାର ଟଙ୍କା ପୁରସ୍କାର ପାଇଥିଲେ।

ସେହିଭଳି ଅତାବିରା ଦଳର ମହମ୍ମଦ ସଲିମ ବିଡିପିଏଲ୍ ର ଶ୍ରେଷ୍ଠ ଖେଳାଳୀ ଭାବରେ ଟ୍ରଫି ସହ ନଗଦ ୧୧ ହଜାର ଟଙ୍କା , ଶ୍ରେଷ୍ଠ ବ୍ୟାଟସମ୍ୟାନ ବରଗଡ ସ୍ପାରଟାନ୍ ଦଳର ଡି. ବିବେକ କୁମାର, ଶ୍ରେଷ୍ଠ ବୋଲର ଭାବରେ ଅତାବିରା ଦଳର ସୁଶାନ୍ତ ଗୁପ୍ତା, ଶ୍ରେଷ୍ଠ ଫିଲଡର୍ ଭାବରେ ସିଂ ୱାରୀୟାର୍ ଦଳ ର ରାହୁଲ ଚୌଧୁରୀ, ଶ୍ରେଷ୍ଠ ନୂତନ ପ୍ରତିଭାବାନ ଖେଳାଳୀ ଭାବରେ ସିଂ ୱାରୀୟାର୍ ଦଳ ର ହିମାଂଶୁ ବୀଷ୍ଟ ଙ୍କୁ ପୁରସ୍କୃତ କରାଯାଇଥିଲା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ର ସୁବ୍ରତ ଚାଟାର୍ଜୀ,ସନ୍ତୋଷ ପଣ୍ଡା, କିଶୋର ରଥ, ପ୍ରଦୀପ ନନ୍ଦ, ଗିରିଜା ନାଥ, ଗୁରୁଦତ୍ତ ଦାସ,ଶୁଭ୍ରାଂଶୁ ଶେଖର ମହାପାତ୍ର, ଚନ୍ଦ୍ର ଶେଖର ପ୍ରଧାନ,ପ୍ରଦୀପ ସାହୁ , ସୌର୍ଯ୍ୟ ରଞ୍ଜନ ରାଏ ପ୍ରମୁଖ ସହଯୋଗ କରିଥିଲେ।

Exit mobile version