
ଓଡ଼ିଶା ତାଜା ନ୍ୟୁଜ୍ /୧୧ ମଇ ବୁଧବାର /ଭୁବନେଶ୍ୱର :- ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଯୁବ ରେଡକ୍ରସ୍ ବିଭାଗ ତରଫରୁ ବିଶ୍ବ ରେଡ୍ କ୍ରସ୍ ଦିବସ ପାଳିତ ହୋଇଯାଇଅଛି । ବିଶ୍ଵବିଦ୍ୟାଳୟର ସମ୍ମାନନୀୟା କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କର ପୃଷ୍ଠପୋଷକତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ପ୍ରଫେସର ସସ୍ମିତା ମହାନ୍ତି ଉପସ୍ଥିତ ରହି ବିଶ୍ବ ସ୍ତରରେ ରେଡ୍ କ୍ରସ୍ ର ଭୂମିକା ବିଷୟରେ ଆଲୋକପାତ କରି ବିଶ୍ୱବିଦ୍ୟାଳୟର ସ୍ବେଚ୍ଛାସେବୀ ମାନଙ୍କୁ ପ୍ରେରଣା ଓ ଉତ୍ସାହିତ କରିଥିଲେ ।

