
ଓଡ଼ିଶା ତାଜା ନ୍ୟୁଜ୍ /୧୧ ମଇ ବୁଧବାର /ବରଗଡ଼ :- ବରଗଡ଼ ବ୍ଲକ ଅନ୍ତର୍ଗତ କୁରୁଆ ମାଁ ଉମା ମାହେଶ୍ୱରୀ ଙ୍କ ଉପରେ ରଚିତ ତାତ୍ତ୍ବିକ ପୁସ୍ତକ ଆଜି ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକାର୍ପିତ ହୋଇଯାଇଛି । ମାଁ ମାହେଶ୍ୱରୀ ସେନା ଏବଂ କୁରୁଆ ଗ୍ରାମ ବାସୀ ଙ୍କ ଦ୍ଵାରା ଆୟୋଜିତ ପୁସ୍ତକ ଲୋକାର୍ପିତ ଉତ୍ସବ ରେ ଅତିଥି ଭାବେ ପଣ୍ଡିତ ଲଳିତ କୁମାର ରଥ, ସଂସ୍କୃତି ଗବେଷକ ତ୍ରିଲୋଚନ କମ୍ପ ଯୋଗଦେଇ କୃଷ୍ଣାଳୀନ କମଳ ଲୋଚନ ପଣ୍ଡା ଙ୍କ ଦ୍ଵାରା ରଚିତ ମାଁ ମାହେଶ୍ୱରୀ ଙ୍କ ଅଷ୍ଟକମ,ସ୍ତୋତ୍ରମ,ଚାଲିଶା ପୁସ୍ତକକୁ ଲୋକାର୍ପିତ କରିଥିଲେ ।

