ଜେଲରେ ବିଚାରଧିନ କଏଦୀଙ୍କ ଆତ୍ମହତ୍ୟା, ହାତରେ ଲେଖିଛନ୍ତି ଲଭ ୟୁ ମଞ୍ଜୁ

ଓଡ଼ିଶା ତାଜା ନ୍ୟୁଜ୍ /୧୧ ମଇ ବୁଧବାର /ବରଗଡ଼ :- ସୋହେଲା ସବ୍‌ଜେଲରେ ଏକ ଅଭାବନୀୟ ଘଟଣା ଘଟିଛି । ଭୋର୍‌ ସାଢେ ୪ଟା ବେଳେ ଜଣେ ବିଚାରାଧୀନ କଏଦୀ ଗଳାରେ ଗାମୁଛା ଭିଡି ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ମେଲଛାମୁଣ୍ଡା ଥାନା ଅଧୀନ ପେଟୁପାଲି ଗ୍ରାମର ମନମୋହନ ରାଉତିଆ(୨୬) । ମୃତକ ଜଣକ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇ ସୋହେଲା ସବ୍‌ଜେଲରେ ଥିଲେ । ଗତକାଲି ଭୋର୍‌ରେ ସେ ଜେଲ ପାଇଖାନା ଭିତରକୁ ଯାଇଥିଲେ ।

ସେଠାରେ ସେ ଗଳାରେ ଗାମୁଛା ଭିଡି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୋହେଲା ପୋଲିସ ମୃତଦେହ ଜବତ କରି ଅଧିକ ତଦନ୍ତ ଚଳାଇଛି । ତେବେ ମୃତକ ଜଣକ ହାତ ପାପୁଲିରେ ଲଭ ୟୁ ମଞ୍ଜୁ ଲେଖିଥିବା ଦେଖିବାକୁ ମିଳିଛି । ହେଲେ ମଞ୍ଜୁ ତାଙ୍କ ସ୍ତ୍ରୀଙ୍କ ନାଁ ବୋଲି ପୋଲିସ ର ସାଧାରଣ ତଦନ୍ତରୁ ଜଣାପଡିଛି ।

Exit mobile version