ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଏମ୍ଏସ୍ଏମ୍ଇ ଓ ଷ୍ଟାର୍ଟଅପ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି- ଅସିତ୍ ତ୍ରିପାଠୀ ଅଧିକରୁ ଅଧିକ ଯୁବବର୍ଗ ଆନୁଷଙ୍ଗିକ ଶିଳ୍ପ ସ୍ଥାପନର ସୁଯୋଗ ନେବାକୁ ଆହ୍ୱାନ ।

ଓଡ଼ିଶା ତାଜା ନ୍ୟୁଜ୍ /୧୧ ମଇ ବୁଧବାର /ଭୁବନେଶ୍ୱର/ଅନୁଗୋଳ :- ଅନୁଗୋଳ ଜିଲ୍ଲାସ୍ତରୀୟ ପୁଂଜିନିବେଶ ପ୍ରୋତ୍ସାହନ କର୍ମଶାଳା( ଆଡ୍ ଭାଣ୍ଟେଜ୍-ଅନୁଗୋଳ) ର ଆଜି ଦ୍ୱିତୀୟ ଦିବସ କର୍ମଶାଳା ଉତ୍ସାହଜନକ ରହିଥିଲା । ଆଜି ଏହି ଦିବସରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗର ପ୍ରତିଷ୍ଠା ସହ ବିଭିନ୍ନ କ୍ଷେତ୍ରରେ ଅର୍ଥର ଉପଯୁକ୍ତ ବିନିଯୋଗ ପୂର୍ବକ ଶିଳ୍ପର ନିରନ୍ତର ବିକାଶ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ୍ ତ୍ରିପାଠୀ ଯୋଗଦେଇ କହିଲେ ଯେ, ଅନୁଗୁଳରେ ବୃହତ ଇସ୍ପାତ ଓ ଆଲୁମିନିୟମ କମ୍ପାନୀମାନ ରହିଛି । ଯୁବକ ଯୁବତୀମାନେ ଏହାର ସୁଯୋଗ ନେବା ଆବଶ୍ୟକ ।
