ନୟାଗଡରେ ଲକଡାଉନ : ମୁଖ୍ୟ ଛକରେ ଟାଉନ ଥାନା ପକ୍ଷରୁ କଡାକଡି ଗାଡି ମଟର ଯାଞ୍ଚ ସହ ଛାନଭିନ ।

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ନୟାଗଡ ଜିଲ୍ଲା,ରିପୋର୍ଟ /ରାମକୃଷ୍ଣ ରଥ (ଓଡିଶା ତାଜା ନ୍ୟୁଜ୍‌)୧୪ ମଇ,ଗୁରୁବାର : – ନୟାଗଡରେ ଲକଡାଉନ ର ତୃତୀୟ ପର୍ଯ୍ୟାୟ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ବିନା କାରଣରେ ରାତ୍ର 7ଘ. ରୁ ସକାଳ 7ଘ. ମଧ୍ୟରେ ଯେଉଁ ମାନେ ବିନା କାରଣରେ ବାହାରେ, ଛକରେ, ରାସ୍ତା ଘାଟରେ ବୁଲୁ ଛନ୍ତି ସେମାଙ୍କୁ କଡା ଲଗାମ ଲଗାଇଛି ଏଠାକାର ଟାଉନ ଥାନା ପୋଲିସ । ଆଇ ଆଇ.ସି ଜୟଦୀପ ମହାନ୍ତି ଙ୍କ ତତ୍ୱାବଧାନ ରେ ଏସ.ଆଇ ସ୍ମୁତି ରଞ୍ଜନ ମହାନ୍ତି ବିନା କାରଣରେ, ସନ୍ଦେହ ଜନକ ଭାବେ ବୁଲୁଥିବା,ଏପରିକି ବେଆଇନ ଭାବେ ଗାଡ଼ିରେ ବୁଲୁଥିବା ଯୁବକ ମାନଙ୍କୁ ତାଗିଦ କରିଛନ୍ତି ।

ଏପରିକି ଏମିତି କଲେ ଜୋରିମାନା ସହ କେଶ ହେବବୋଲି ଏସ. ଏଇ. ଶ୍ରୀଯୁକ୍ତ ମହାନ୍ତି ଚେତାବନୀ ଦେଇଛନ୍ତି । ଖାଲି ସେତିକି ନୁହେଁ ଏହି ରୋଗର ଭୟଙ୍କର ପରିସ୍ଥିତି ସମ୍ପର୍କରେ ସଚେତନ ମଧ୍ୟ କରିଛନ୍ତି । ତେବେ ଏତେ କମ ବୟସରେ ନିଜ ପରିବାରଠାରୁ ଦୀର୍ଘ ଦିନ ଦୂରରେ ରହି ଦିନ ରାତି ଜନେ କରୋନା ଯୋଦ୍ଧା ଭାବେ ସଂଯମି ତଥା ମିଷ୍ଟଭାସି ଅହଂକାର ଶୁନ୍ୟ ପୋଲିସ ଅଧିକାରୀ ଙ୍କ ପ୍ରତି ସାଧାରଣରେ ପ୍ରଂଶସା ପ୍ରକାଶ ପାଇଛି ।

Exit mobile version