
ଓଡ଼ିଶା ତାଜା ନ୍ୟୁଜ୍ /୦୯ ମଇ ସୋମବାର/ଭୁବନେଶ୍ୱର :- ଖୋର୍ଦ୍ଧା ଜିଲ୍ଲପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ବାଲିଅନ୍ତା ବ୍କକ ଗସ୍ତ କରି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବ୍କକର ବିଭନ୍ନ ଅଂଚଳରୁ ଆସିଥିବା ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିଛନ୍ତି । ଏହି କାର୍ଯ୍ୟକ୍ରମରେ 208 ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ 202 ଟି ବ୍ୟକ୍ତିଗତ ସମସ୍ୟା ଓ 6 ଟି ସାମୁହିକ ସମସ୍ୟା ସଂପର୍କିତ ଥିଲା । 57ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲାବେଳେ ଅବଶିଷ୍ଟ ଦରଖାସ୍ତ ଗୁଡିକ ସଂପର୍କରେ ତୁରନ୍ତ ଫଇସଲା କରି 15 ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ବିବରଣୀ ପ୍ରଦାନ କରିବାକୁ ଜିଲ୍ଲାପାଳ ସଂପୃକ୍ତ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗୃହୀତ ଅଭିଯୋଗ ଗୁଡିକ ମୁଖ୍ୟତଃ ବ୍ଲକ, ତହସିଲ, ଗ୍ରାମ୍ୟ ଉନ୍ନୟନ , ଶିକ୍ଷା ବିଭାଗ ଓ ପାନୀୟ ଜଳ ଯୋଗାଣ ସଂପର୍କିତ ଥିଲା ।

