ଗଜପତି ଜିଲ୍ଲାର ଅଗ୍ରଣୀ “ପ୍ରଗତି ମହିଳା ସଙ୍ଗଠନ ରେ ଆନ୍ତର୍ଜାତିକ ମାତୃ ଦିବସ ଏବଂ ପ୍ରଗତିର ବାର୍ଷିକ ଉତ୍ସବ ପାଳନ

ଓଡ଼ିଶା ତାଜା ନ୍ୟୁଜ୍ /୦୯ ମଇ ସୋମବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁଟେକ୍କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ ଆନ୍ତର୍ଜାତିକ ମାତୃ ଦିବସ ଏବଂ ପ୍ରଗତି ମହିଳା ସଂଗଠନ ର ବାର୍ଷିକ ଉତ୍ସବ ପାଳନ ହୋଇ ସାରିଛି । ଏଥିରେ ମୁଖ୍ୟ ଅତିଥି ଭାବେ ବର୍ଷୀୟାନ ମହିୟସୀ ମହିଳା ମନୋହରା ବେବର୍ତ୍ତା, ଶଶିରେଖା ମିଶ୍ର,କୁମୁଦିନୀ ପାତ୍ର ଯୋଗଦେଇଥିବା ବେଳେ ମାତଙ୍ଗିନୀ ଗୁରୁ ସ୍ଵାଗତ ସମ୍ଭାଷଣ କରିଥିଲେ । ପରିଚୟ ପ୍ରଦାନ କରିଥିଲେ ସୁଜାତା ପଣ୍ଡିତ । ମୁଖ୍ୟ ଉପଦେଷ୍ଟା ବିଚିତ୍ରାନନ୍ଦବେବର୍ତ୍ତା ସଂଯୋଜନା କରିଥିଲେ ।

ସଭାନେତ୍ରୀଡି.ପ୍ରିୟଙ୍କା ,ଅଧ୍ୟକ୍ଷତା ଏବଂ ପ୍ରଗତି ର ସମ୍ପାଦିକା ତନୁଜା ଶତପଥୀ,ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ୫ଜଣ ମାଙ୍କୁ ସମ୍ବଦ୍ଧ୍ନନା କରା ଯାଇଥିଲା । ସେମାନେ ହେଲେ, ଜ୍ୟୋତ୍ସ୍ନା ପଟ୍ଟନାୟକ,ଗୌରୀ ବେହେରା, ପ୍ରଭାବତୀ ପଟ୍ଟନାୟକ,ସସ୍ମିତା ଗନ୍ତାୟତ ମହେଶ୍ୱରୀ ମହାରଣା । ସମସ୍ତ କାର୍ଯ୍ୟକ୍ରମକୁ ଲୋକନାଥ ମିଶ୍ର, ମୁରଲୀ ପରିଛା,ନିତ୍ୟାନନ୍ଦ ଚୌଧୁରୀ ଶାଶ୍ଵତୀ ବେବର୍ତ୍ତା,ଭି କୁରୁମୁ ନାଥମ ।

ବିଶିଷ୍ଟ ଅତିଥି ଭାବେ ମାନସୀ ପଣ୍ଡା, ରଞ୍ଜିତା ତ୍ରିପାଠୀ,କଳ୍ପନା ପଟ୍ଟନାୟକ, ସୁଲନା ଶୁଭଦଶିର୍ନୀ, ଯୋଗ ଦେଇଥିଲେ । ହାଇସ୍କୁଲ ଓ କଲେଜସ୍ତରେରେ ତର୍କ ଏବଂ କବିତା ପାଠୋ ଛବ ଅନୁଷ୍ଠିତ ହୋଇ ଥିଲା । ଶେଷରେ ଲୋକନାଥ ମିଶ୍ର ଧନ୍ୟବାଦ ଦେଇଥିଲେ । ସତ୍ୟ ପାଢ଼ୀ, ପ୍ରଫୁଲ୍ଲ ବେବର୍ତ୍ତା ରଚିତା ମହାନ୍ତି ପରିଚାଳନା କରିଥିଲେ । ମାର ଭୂମିକା ସନ୍ତାନ ପାଇଁ ଯୁଗେ ଯୁଗେ ଏକ ସ୍ଵତନ୍ତ୍ର ପରିଚୟ ଆଣିପାରିଛି । ତାର ନିସର୍ତ୍ତ ଭଲପାଇବା ସନ୍ତାନର ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିଥାଏ ବୋଲି ବକ୍ତାମାନେ କହିଥିଲେ ।

Exit mobile version