ବ୍ରିଜ ତଳ ଯୁବତୀଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଓଡ଼ିଶା ତାଜା ନ୍ୟୁଜ୍ /୦୯ ମଇ ସୋମବାର/ବରଗଡ଼ :- ବରପାଲି ଥାନା ଅନ୍ତର୍ଗତ ଭଟିଗାଁ ଗ୍ରାମ ନିକଟସ୍ଥ ରାଞ୍ଜନଦୀ ବ୍ରିଜ୍‌ ତଳୁ ଗତକାଲି ସନ୍ଧ୍ୟାରେ ଜଣେ ଯୁବତୀଙ୍କ ମୃତଦେହକୁ ପୋଲିସ ଠାବ କରିଥଲା । ବ୍ରିଜ୍‌ ତଳେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବା ବରପାଲି ପୋଲିସକୁ ଖବର ମିଳିବା ମାତ୍ରେ ପୋଲିସର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପୋଲିସ ଘଟଣାସ୍ଥଳରେ ଏକ ପର୍ସ ଜବତ କରିଥିଲେ । ପର୍ସରୁ ଏକ ପରିଚୟ ପତ୍ର ମିଳିଛି ।

ସେଥିରୁ ମୃତା ଜଣକ ବରପାଲି ଥାନା ଅନ୍ତର୍ଗତ ରକସା ପଞ୍ଚାୟତ ଅଧୀନ ତେଜଙ୍ଗ ଗ୍ରାମର ଅନ୍ଧାରୀ ଦୀପ ବୋଲି ଜଣାପଡିଛି । ପାରିପାର୍ଶ୍ୱିକ ସ୍ଥିତିରୁ ଯୁବତୀଙ୍କୁ ହତ୍ୟା ପରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ପୋଲିସ ଏକ ମାମଲା ରୁଜୁକରି ଘଟଣା ର ତଦନ୍ତ ଆରମ୍ଭ କରିଛି ।

Exit mobile version