“ମାଆ”….’ମାଆ’ ଏପରି ଏକ ଶବ୍ଦ ତା କେଉଁଠି ବା କେଉଁ ଜାଗାରେ ତୁଳନା କରିହୁଏନି ବା କରିହେବ ନାହିଁ

ଓଡ଼ିଶା ତାଜା ନ୍ୟୁଜ୍ /୦୮ ମଇ ରବିବାର/ଭୁବନେଶ୍ୱର :- “ମାଆ”….’ମାଆ’ ଏପରି ଏକ ଶବ୍ଦ ତା କେଉଁଠି ବା କେଉଁ ଜାଗାରେ ତୁଳନା କରିହୁଏନି ବା କରିହେବ ନାହିଁ l “ମାଆ” ର ଅର୍ଥ ହେଉଛି ମା ମାନେ ମାଟି, ଆ ମାନେ ଆକାଶ ତେଣୁ ମାଆ ହେଉଛି ମାଟି ଆଉ ଆକାଶ ସହିତ ସମାନ l ଏହି ମାଟି ମାଆ କୋଳେ ଜନ୍ମହୋଇ ଆମକୁ ସେ ଆଦରି ନିଏ ଆଉ ଆକାଶ ଆମ ମୁଣ୍ଡ ଉପରେ ରହି ମାଆର ପଣତ କାନି ପରୀ ଆମକୁ ଘୋଡେଇ ରଖେ l କାହିଁକିନା ନା ସେ ହେଉଛି ଜନ୍ମଦାତ୍ରୀ l ଯିଏ ଦଶ ମାସ ଦଶଦିନ ଗର୍ଭ ଯନ୍ତ୍ରଣା ସହି ଜନ୍ମ ଦେଇଥାଏ ସେ ହେଉଛି ଅମ୍ବୃତ ମଇ ମାଆ l ଖାଲି ଜନ୍ମତ ଦେଉନି ତାସାଙ୍ଗକୁ ପାଳନ ଲାଳନ କରିବାରେ କିଛିବି କୁଣ୍ଠାବୋଧ କରେନି କି ଅବହେଳା କରେନି l ମାଆ ଶବ୍ଦ ହେଉଛି ଏକ ଅତୁଳନୀୟ ସେ ଶବ୍ଦକୁ କାହା ସହ ତୁଳନା କରିହେବନି l ମାଆ କେତେ କଷ୍ଟ ପାଇ ତାର ସନ୍ତାନକୁ ଜନ୍ମ ଦେଇଥାଏ ଆଉ ତାକୁ କୋଳକୁ ନେଇ ତା ଛାତିର ଅମ୍ବୃତକୁ ପ୍ରଥମେ ଖୁଆଇଥାଏ l

କାହିଁକି ନା ତାର ସନ୍ତାନ ଯେତେବେଳେ ଗର୍ଭାଶୟରୁ ପଦାକୁ ଆସେ ଜାଣିଥାଏ ତାର ସନ୍ତାନ ଭୋକରେ ଥିବ ତେଣୁ ମାଆ ମନତ ଜମା ସମ୍ଭାଳି ପାରେନା ତେଣୁ ସଙ୍ଗେ ସଙ୍ଗେ ତାକୁ କୋଳେଇ ନେଇ ଖାଇବାକୁ ଦେଇଥାଏ l ସେହି ସନ୍ତାନକୁ ବଡ କରିବା ପାଇଁ କେତେଯେ ହଇରାଣ ଅସୁବିଧା ହୋଇଥାଏ ସେ କେବଳ ଜାଣିଛି l ତାକୁ ଖୁଆଇ ପିଆଇ ବଡ଼ କରିବା, ପାଠ ପଠାଇବା ଏମିତିକି ଆହୁରି ଅନେକ ସମସ୍ୟା ଦେଇ ତାର ସନ୍ତାନ ପାଇଁ ସେ ଦିନରାତି ଏକ କରିଦେଇଥାଏ l କାହିଁକିନା ସେ ପରା ‘ମାଆ ‘l ତା ଆଗରେ ତାର ସନ୍ତାନର କିଛିବି ହୋଇଗଲେ ସେ ଜମା ସହିପାରେନା ଦରକାର ପଡିଲେ ସେ ଦୁର୍ଗା ପାଲଟିବାକୁ ବି ପଛେଇବେ ନାହିଁ l ସବୁ ମାଆ ଚାହାଁନ୍ତି ତାଙ୍କର ପିଲା ମାନେ ବଡ ହୋଇ ପାଠସାଠ ପଢି ଭଲ ମଣିଷ ହୋଇ ବଡ ଚାକିର କରୁ ଆଉ ଦୁନିଆରେ ନାଁ କରୁ l ସେଥିପାଇଁ ଯେତେ କଷ୍ଟ ଆସୁନା କାହିଁକି ସେ ତା ସନ୍ତାନକୁ ଆଗକୁ ନେବା ପାଇଁ ବହୁତ କଷ୍ଟ କରିଥାଏ l

ଏମିତିକି କିଛି ମାଆ ମାନେ ଦରକାର ପଡିଲେ ଅର୍ଥ ଅଭାବରୁ ମଧ୍ୟ ପର ଘରେ ବାସନ ମାଜିବା, ଦିନ ମଜୁରିଆ ଭାବେ କାମ କରି ତାର ସନ୍ତାନକୁ ପାଳି ପୋଷି ମଣିଷ କରିଥାଏ l କେବଳ ଏତିକି ତା ପିଲା କେମିତି ଖୁସିରେ ରହୁ ବୋଲି l ନିଜେ ଭୋକିଲା ରହି, ଚିରା ଫଟା ଶାଢ଼ୀ ପିନ୍ଧି ସେ ତା ପିଲା ମାନଙ୍କ ମୁହଁରେ ଆହାର ଦେଇଥାଏ l କାହିଁକି ନାଁ ସେପରା “ମାଆ” l ଛୋଟ ବେଳେ କେତେଯେ ମାଆ କୋଳରେ ଝାଡା ପରିଶ୍ରା କରିଛେ ତା ହିସାବ କରିହେବନି l ଖାଲି ସେତିକି ନୁହେଁ କେତେଯେ ତା ମୁହଁକୁ, ମୁଣ୍ଡକୁ, ପିଠିକୁ ମାରିଥିବା ତାର ଗଣନା ନକରିବା ଭଲ l କୋଉଠି ଗୋଟେ ଭୂଲ କରିଦେଲେ ବାପା ଜାଣିବା ଆଗରୁ ମାଆ ସେଠିକି ଯାଇ ଭୂଲ ମାଗି ସମାଧାନ କରିଦେଇଥାଏ l କାହିଁକି ନାଁ ବାପା ଜାଣିଲେ କାଳେ ତା ଆଗରେ ପିଲାଟିକୁ ଗାଳି କିମ୍ବା ମାଡ ମାରିବେ ସେଥିପାଇଁ ସେ ତା ସନ୍ତାନର ଦୋଷକୁ ନିଜ ମୁଣ୍ଡ ଉପରକୁ ନେଇଯାଏ l

ତେଣୁ “ମାଆ” ର ଅବଦାନ ତାର ସନ୍ତାନ ପ୍ରତି କେତେଯେ ରୁହେ ତାକୁ ଶହେଜନ୍ମ ଗଲେବି ଆମେ ତା ଋଣ ଶୁଝି ପାରିବାନି l କିନ୍ତୁ ଆଜିର ସମାଜରେ ନିଜର ଜନ୍ମଦାତ୍ରୀ ମାଆକୁବି କିଛି ଜାଗାରେ ଅବହେଳା ଆଉ ଅସୁବିଧାରେ ରହିବାକୁ ପଢୁଛି l ଯୋଉ ସନ୍ତାନକୁ ଜନ୍ମ ଦେଇ ପାଳି ପୋଷି କେତେ ଦୁଃଖକଷ୍ଟ ସହି ମଣିଷ କରୁଛି ପରବର୍ତ୍ତୀ ସମୟରେ ତାକୁ ଏକ ସୁନ୍ଦର ପଢୁଆ ଝିଅ ଦେଖି ବିବାହ ଘର କରିଦିଏ l ଆଉ ଖୁସିରେ ନାଚିଯାଏ ମୋ ପୁଅକୁ ବାହା କରି ବୋହୂ ଆଣିଛି l କିନ୍ତୁ ସେହି ସନ୍ତାନ କିଛିଦିନ ପରେ ସ୍ତ୍ରୀ ବୁଦ୍ଧିରେ ପଡି ମାଆକୁ ହଇରାଣ, ମାଡଗାଳି ଦେବା ସହ ଖାଇବାପିଇବା ମଧ୍ୟ ଦେଉନାହିଁ l ଏମିତିକି ଏକ ପରିତ୍ୟକ୍ତ ଜାଗାରେ ରଖାଇଦିଆଯାଉଛି l କାହିଁକିନା ସେ ମାଆର ଆଉ ବଳ ବୟସ ନାହିଁ ଶୁଖିଲାରର ତାକୁ କିଏ ପୋଷିବ l

ଦିନ ଥିଲା ସେହି ମା କେତେଯେ କଷ୍ଟ ସହି ତାର ସନ୍ତାନକୁ ବଡ କରି ମଣିଷ କରିଥିଲ କିନ୍ତୁ ଆଜି ସେହି ସନ୍ତାନ ଜନ୍ମଦାତ୍ରୀ ମାଆକୁ ପୋଷିବା ପାଇଁ ହେୟ ମନେ କରୁଛି l (ଏଠି କହିବାକୁ ଚାହେଁଯେ ମୁଁ ସମସ୍ତଙ୍କ କଥା କହୁନି ବର୍ତ୍ତମାନ ଏ ସାମଜରେ କିଛି ସନ୍ତାନ ତାଙ୍କ ମାଆ ପ୍ରତି ବହୁତ ଅବହେଳା କରୁଛନ୍ତି ଯା ଆପଣ ମାନେ ପ୍ରତ୍ୟେକ ଦିନ ନିୟୁଜ ପେପେର ବା ଟିଭିରେ ଦେଖୁଥିବେ)l ଏମିତିକି ସନ୍ତାନ ଅଛନ୍ତି ଯେକି ଶ୍ରବଣ କୁମାର ପରିବି ଆଜି ବାପାମାଆକୁ କାନ୍ଧରେ ବସାଇ ବୁଲାଉଛନ୍ତି l କିନ୍ତୁ ବାସ୍ତବରେ ଆଜିର ଦୁନିଆରେ ବହୁତ ମାଆ ମାନେ ତାଙ୍କ ଜନ୍ମ କରିଥିବା ସନ୍ତାନ ଠାରୁ ଅତ୍ୟାଚାର ପାଇଚାଲିଛନ୍ତି l ନହେଲେ ଏତେ ସଂଖ୍ୟାରେ ବୃଦ୍ଧାଆଶ୍ରମ ବଢ଼ିଚାଲିଛି କେମିତି…….! l

ଆଉ ବର୍ଷକୁ ମଇ 8ତାରିଖ ଆସିଲେ ଆମେ ମାତୃ ଦିବସ ପାଳନ କରିବାରେ ପଛାଉନାହିଁ l ପାଳନ କରୁଛୁ ସତ କିନ୍ତୁ ସୋସିଆଲ ମିଡିଆରେ ଅର୍ଥାତ ଫେସବୁକ, ଟିଉଟର, ହ୍ୱାଟ୍ସଅପ, ଇନଷ୍ଟାଗ୍ରାମ ଏମିତିକି ଆହୁରି କିଛି……..l ଏଠି ଗୋଟିଏ କଥା କହିବି ଆମେ ଶିକ୍ଷିତ ସାମଜରେ ଏଠି ନିଜର ସ୍ୱାର୍ଥ ପାଇଁ କିଛି ଭୂଲ କରି ବସୁନୁତ….l ମାଆ ମାନଙ୍କୁ ସନମାନ ଦିଅ, ଖୁସିରେ ରଖ ଦେଖିବ ସବୁଦିନ ଆମ ପାଇଁ ମାତୃ ଦିବସ ହୋଇ ରହିବ l ଆଉ ମଇ 8ତାରିଖକୁ ଅପେକ୍ଷା କାଟିବାକୁ ପଡ଼ିବନି କି ସୋସିଆଲ ମିଡ଼ିଆ ଖୋଜା ପଡ଼ିବନି……. I

(ସୁଧାଂଶୁ ପରିଡା, ଗରଗାଲି, ଚଣ୍ଡିଖୋଲ )

Exit mobile version