
ଓଡ଼ିଶା ତାଜା ନ୍ୟୁଜ୍ /୦୮ ମଇ ରବିବାର/ଭୁବନେଶ୍ୱର :- ପୁଣି ରନ୍ଧନ ଗ୍ୟାସ ମୂଲ୍ୟରେ ବୃଦ୍ଧି ହୋଇଛି । ରନ୍ଧନ ଗ୍ୟାସ ମୂଲ୍ୟ ଶନିବାର ୫୦ ଟଙ୍କା ବଢ଼ି ଉପଭୋକ୍ତାଙ୍କ ଚିନ୍ତା ବଢ଼ାଇଛି । ଓଡ଼ିଶା ଉପଭୋକ୍ତାଙ୍କୁ ଏବେ ଅତିରିକ୍ତ ମୂଲ୍ୟ ଦେଇ ଗ୍ୟାସ କିଣିବାକୁ ପଡ଼ିବ । କଟକ ଏବଂ ଭୁବନେଶ୍ଵରରେ ପୂର୍ବରୁ ରନ୍ଧନ ଗ୍ୟାସର ମୂଲ୍ୟ ୯୭୬ ଟଙ୍କା ରହିଥିବାବେଳେ ଏବେ ଏହି ମୂଲ୍ୟରେ ବୃଦ୍ଧି ହୋଇ ୧,୦୨୬ ଟଙ୍କାରେ ପହଞ୍ଚିଛି । କେଉଁ ଜିଲ୍ଲାରେ ମୂଲ୍ୟ କେତେ .. ? ଗ୍ୟାସ ମୂଲ୍ୟ ବଢ଼ିବା ପରେ ଏବେ ବିଭିନ୍ନ ଜିଲ୍ଲାବାସୀଙ୍କ ଉପରେ ପ୍ରଭାବ ପଡ଼ିଛି । ଅନୁଗୁଳ ଜିଲ୍ଲାରେ ଗ୍ୟାସ ମୂଲ୍ୟ ବଢ଼ିବା ପରେ ଏବେ ନୂଆ ମୂଲ୍ୟ ୧,୦୪୩.୫୦ ଟଙ୍କା ହୋଇଛି ।

