ଓଡ଼ିଶା ତାଜା ନ୍ୟୁଜ୍ /୦୭ ମଇ ଶନିବାର / ବୈପାରିଗୁଡା :- ବର୍ଷ ବର୍ଷ ଧରି ରାସ୍ତାକଡ ରେ ଠିଆ ହୋଇ ବର୍ଷା, ଖରା ,ଶୀତରେ ମାଡ ଖାଇ ମଧ୍ୟ ପରିବାର ପୁଷଣ କରିବା ଉର୍ଦେଶ୍ୟ ନେଇ ରାସ୍ତାକଡ ରେ କିଏ ବାଉଁଶବାଡ ,ଜରୀ ଢାଙ୍ଗି ବ୍ୟବସାୟୀ କରିଥାନ୍ତି ତ କିଏ ଭଙ୍ଗା ଭାଡି ପକାଇଥାନ୍ତି କିଏ କିଏ ରାସ୍ତା କଡରେ ବସି ମଧ୍ୟ ବେପାର କରନ୍ତି ! ମାତ୍ର ସରକାର ଏପର୍ଯ୍ୟନ୍ତ ଏମାନଙ୍କ ସମସ୍ୟା ପ୍ରତି କୌଣସି ପ୍ରକାର ଗୁରୁତ ଦେଉନଥିବା ବେଳେ ପ୍ରଶାସନ ପକ୍ଷରୁ କିଛି ସହାୟତା ଯୋଗାଇ ଦେବା ନେଇ ବୈପାରିଗୁଡା ସରପଂଚ ସୂର୍ଯ୍ୟମଣି ନାୟକ ଙ୍କୁ ବୈପାରିଗୁଡାର ରାସ୍ତାକଡରେ ବ୍ୟବସାୟ କରୁଥିବା ଉଠା ଦୋକାନ ସଂଘ ତରଫରୁ ଏକ ବୈଠକ ଅନୁଷ୍ଠିତ କରି ଦାବିପତ୍ର ପ୍ରଦାନ କରିଛନ୍ତି !
ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ବୈପାରିଗୁଡା ତହସିଲଦାରଙ୍କ ନିଦେଶ୍ୟ ଅନୁସାରେ ପୁରୁଣା ସ୍ବାସ୍ଥ୍ୟକେନ୍ଦ୍ର ଚାରିପଟେ ରହିଥିବା ଉଠା ଦୋକାନ ମାନଙ୍କୁ ଉଠାଯିବା ନେଇ ସ୍ଥିର କରାଯାଇଥିବା ବେଳେ ଏହାକୁ ସଂଘ ପକ୍ଷରୁ ସ୍ବାଗଂତ କରାଯାଇଥିବା ବେଳେ ସଂଘ ପକ୍ଷରୁ କୁହାଯାଇଛି ଯେ ଯଦି ଆମେ ସେଠାରୁ ଉଠିବୁ ତେବେ ଆମ କୁ ଥଇଥାନ କରିବା ପାଇଁ ବ୍ୟବସ୍ଥା କରିବା ନେଇ ଦାବିପତ୍ରରେ ଉଲ୍ଲେଖୀନୟ ରହିଛି ! ତେବେ ସରପଂଚ କହିଥିଲେ ଯେ ପ୍ରଶାସନ ସହିତ କଥାବାର୍ତ୍ତା କରି ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିବାର ଜଣାପଡିଛି !

