
ଓଡ଼ିଶା ତାଜା ନ୍ୟୁଜ୍ /୦୭ ମଇ ଶନିବାର/ପୁରୀ :- ପୁରୀ,ରଥ ନିର୍ମାଣର ତୃତୀୟ ଦିନରେ ତୁମ୍ବ ନିର୍ମାଣ କାମ ଜାରି ରହିଛି । ରଥ ଚକ ପାଇଁ କରତି ସେବକମାନେ ଗତକାଲି ସୁଦ୍ଧା ୧୦ଟି ତୁମ୍ବ ଗଡ଼ କରି ତିନି ରଥର ମହାରଣାମାନଙ୍କୁ ଯୋଗାଇ ଦେଇଥିଲେ । ତିନି ରଥର ମହାରଣା ମାନେ ପ୍ରତ୍ୟେକ ଅନୁକୂଳ ତୁମ୍ବକୁ ମିଶାଇ ୩ଟି ଲେଖାଁଏ ତୁମ୍ବକୁ ବାରିସିରେ ହାଣି ପ୍ରାଥମିକ ଗୋଲେଇ କାର୍ଯ୍ୟ ଶେଷ କରିଥିଲେ ,ଆଜି କରତି ସେବକମାନେ ମୋଟ ୨୦ ଟି ତୁମ୍ବ ଗଡ଼ କରିଛନ୍ତି ।

