ବିଦ୍ୟାଳୟ ପରିଦର୍ଶନ କରିବା ସହ ସମସ୍ୟା ବୁଝିଲେ  ସରପଞ୍ଚ ଗାୟତ୍ରୀ ବେହେରା

ଓଡ଼ିଶା ତାଜା ନ୍ୟୁଜ୍ /୦୭ ମଇ ଶନିବାର / ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୀଙ୍ଗାର ପଲ୍ଲୀ ସରପଞ୍ଚ ଗାୟତ୍ରୀ ବେହେରା ଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ପାଇଁ ସେ  ନୂଆଗାଁ ବ୍ଲକ୍ ରେ ଚର୍ଚ୍ଚିତ । ସରପଞ୍ଚ ଗାୟତ୍ରୀ ବେହେରା ସୀଙ୍ଗାର ପଲ୍ଲୀ ପଞ୍ଚାୟତ ରେ ଥିବା ଆମ୍ବ ପଡ଼ା, ବନ୍ତଳା, ଓଡ଼ କପା, ସେନ୍ତେରୀ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ପ୍ରଧାନ ଶିକ୍ଷକ ଙ୍କ ଠାରୁ ପଚାରି ବୁଝିଥିଲେ ।

ତତ୍ ସହିତ ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଚେଷ୍ଟା ଜାରି ରଖିବା ପାଇଁ ଶିକ୍ଷକ ,ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଆଗାମୀ ଦିନରେ ବିଦ୍ୟାଳୟ ଗୁଡ଼ିକର ସମସ୍ୟା ସମାଧାନ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

Exit mobile version