ଓଡ଼ିଶା ତାଜା ନ୍ୟୁଜ୍ /୦୭ ମଇ ଶନିବାର / କନ୍ଧମାଳ :- ଦେବଗଡ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଗିରଫ କରିବା ପ୍ରତିବାଦ ରେ କନ୍ଧମାଳ ଏସପି ଅଫିସ ସମ୍ମୁଖରେ କନ୍ଧମାଳ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭା ମଧ୍ୟ କରାଯାଇଛି । ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ବରେ ଶତାଧିକ ନେତା ଓ କର୍ମୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିଥିଲେ ।ବୁକ୍ ସର୍କୁଲାର୍ ୪୭ ର ଅବମାନନା କରିବା ସହ ବିଶୃଙ୍ଖଳିତ ଆଚରଣ କରିଥିବା ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଥିଲେ । ବିଧାୟକଙ୍କୁ ଗିରଫ କରାଯିବା ଘଟଣାରେ ସରକାର ପରୋକ୍ଷ ଭାବେ ସରକାରୀ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି ।

