ବରଗଡ଼ ଜିଲ୍ଲା ରେ ନୂତନ ଏସପିଙ୍କ ଯୋଗଦାନ

ଓଡ଼ିଶା ତାଜା ନ୍ୟୁଜ୍ /୦୭ ମଇ ଶନିବାର / ବରଗଡ଼ :- ବରଗଡ଼ ଜିଲ୍ଲାର ନୂତନ ଏସପି ଭାବେ ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ ଆଜି ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ଵ ଗ୍ରହଣ କରିଛନ୍ତି । ୨୦୧୩ ବ୍ୟାଚ ଆଇପିଏସ୍ ଅଫିସର ଶ୍ରୀ ପର୍ମାର ଏହା ପୂର୍ବରୁ ନବରଙ୍ଗପୁର ଜିଲ୍ଲା ଏସପି ଭାବେ କାର୍ଯ୍ୟ କରିଥିଲେ ।

ଦାୟିତ୍ଵ ଗ୍ରହଣ ପରେ ଜିଲ୍ଲା ର ଆଇନ୍ ଶୃଙ୍ଖଳା, ଟ୍ରାଫିକ ସମସ୍ୟା, ଅପରାଧ ନିୟନ୍ତ୍ରଣ କୁ ପ୍ରାଥମିକତା ଦିଆଯିବ ବୋଲି କହିଥିଲେ । ପୂର୍ବତନ ଏସପି ରାହୁଲ ଜୈନ ଙ୍କୁ ଝାରସୁଗୁଡ଼ା ଜିଲ୍ଲା କୁ ବଦଳି ହେବା ପରେ ସେ ସେଠାରେ ଯୋଗଦାନ କରିଛନ୍ତି ।

Exit mobile version