ସର୍ବନିମ୍ନ ମଜୁରି ପ୍ରଦାନ ନିମନ୍ତେ ସ୍ବଛ୍ଛସାଥୀ ସଙ୍ଘର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଦାବି ପତ୍ର  

ଓଡ଼ିଶା ତାଜା ନ୍ୟୁଜ୍ /୦୬ ମଇ ଶୁକ୍ରବାର/ ନୟାଗଡ଼ :- ନୟାଗଡ଼ ପୈାରପରିଷଦ ଅଧିନରେ ଦୀର୍ଘ ବର୍ଷ ଧରି ମହିଳା ସ୍ବଚ୍ଛ ସାଥୀମାନେ କାର୍ଯ୍ୟ କରିଆସୁଛନ୍ତି । ରାଜ୍ୟସରକାର ମହିଳା ସଶକ୍ତିକରଣ କୁ ଗୁରୁତ୍ବ ଦେଇ ଏମାନଙ୍କୁ ନିଯୁକ୍ତି ଦେଇଥିବା ସଂଘ ପ୍ରକାଶ କରିଛି ! ସମ୍ପ୍ରତି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପାଇଥିବାବେଳେ ସ୍ବଚ୍ଛ ସାଥୀମାନେ କମ ଦରମା ପାଉଥିବା ଅଭିଯୋଗ କରିଛନ୍ତି ।

 ସରକାର ସେମାନଙ୍କୁ ଶ୍ରମ ଆଇନ ମୁତାବକ ସର୍ବନିମ୍ନ ମଜୁରି ଲାଗୁ କରିବା ପାଇଁ ସଂଘ  ଜିଲ୍ଲା ଶ୍ରମ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଗ୍ରାମାଞ୍ଚଳ ଶ୍ରମ ନିରୀକ୍ଷକ ଅବଦୁଲ୍ କାଦିରଙ୍କୁ ପ୍ରଦାନ କରିଥିଲେ । ବିଜୁଶ୍ରମିକ ସାମୁଖ୍ୟର ରାଜ୍ୟ ସହ –  ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକଙ୍କ ନେତୃତ୍ବରେ ସ୍ବଚ୍ଛ ସାଥୀ ସଂଘର କର୍ମକର୍ତ୍ତା କବିତା ସେଠୀ,ସାହିନ୍  ପରବିନ୍ , ରୁକ୍ମିଣୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

 

Exit mobile version