ଓଡ଼ିଶା ତାଜା ନ୍ୟୁଜ୍ /୦୬ ମଇ ଶୁକ୍ରବାର/ ଭୁବନେଶ୍ୱର :- ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ସାମାଜିକ କାର୍ୟ୍ୟକ୍ରମ ସହ ଜଳଛତ୍ର ବ୍ୟାପକ କରିବା ଦିଗରେ ଚେଷ୍ଟିତ ଛାତ୍ର ବିଜେଡ଼ି ।ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଅସହ୍ୟ ଗରମ ପରିପ୍ରେକ୍ଷୀରେ ରାଜ୍ୟବ୍ୟାପୀ ଜଲଛତ୍ରର ଆବଶ୍ୟକତା ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମାଜ କଲ୍ୟାଣକାରୀ କାର୍ଯ୍ୟକ୍ରମ କରିବା ନିର୍ଦେଶକୁ ଭିତ୍ତି କରି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ତତ୍ତ୍ଵାବଧାନରେ ଅସହ୍ୟ ଗରମ ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ହିତ ଉପଲକ୍ଷେ ବିଜୁ ଛାତ୍ର ଜନତା ଦଳ ତରଫରୁ ଭୁବନେଶ୍ବରର ସହିଦନଗର ପରିସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ପ୍ରଦୋଷ ପରିଡ଼ାଙ୍କ ନେତୃତ୍ୱରେ ଏକ ଜଳଛତ୍ରର ଶୁଭାରମ୍ଭ କରାଯାଇଛି ।
ଏହି କାର୍ୟ୍ୟକ୍ରମ କୁ ଉଦଘାଟନ କରିବା ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ- ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ, ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ , ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା , ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, କର୍ପୋରେଟର ରାଜ କିଶୋର ଦାସ,କର୍ପୋରେଟର ମାନସୀ ସୁନ୍ଦରରାୟ,ବିଜୁ ଜନତା ଦଳର ଯୁଗ୍ମ ସମ୍ପାଦକ ରୁଦ୍ର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ଜନସାଧାରଣଙ୍କ ହିତ ଉପଲକ୍ଷେ ଜଳଛତ୍ର ଆୟୋଜନ କରାଯାଉଛି । ଏହି ଜଳଛତ୍ରକୁ ପ୍ରତେକ କଲେଜ କ୍ୟାମ୍ପସ ରେ ବ୍ୟାପକ କରାଯିବ । ଆଗାମୀ ଦିନରେ ରାଜ୍ୟବ୍ୟାପୀ ଲୋକମାନଙ୍କ ହିତ ଉଦ୍ଦେଶ୍ୟରେ ଆୟୋଜନ କରାଯାଉଥିବା ଜଳଛତ୍ର କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ପ୍ରତେକ କର୍ମକର୍ତ୍ତା ସଫଳତା ର ସହ ସମାପନ କରିବେ ବୋଲି ମୋର ଦୃଢ ଆଶା ଓ ବିଶ୍ବାସ ରହିଛି । ଏହି ଅବସରରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଜୁ ଛାତ୍ର ଜନତା ଦଳର ଜନସାଧାରଣ ଙ୍କ ହିତ ନିମନ୍ତେ ଜଳଛତ୍ର ଭଳି ସାମାଜିକ କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ ।
