ଟଙ୍କା ବଦଳରେ କଣ ନିଜ ମାଆଙ୍କ ଜୀବନକୁ ବି କଂସେଇ ହାତରେ ଟେକି ଦେବ…?

ଓଡ଼ିଶା ତାଜା ନ୍ୟୁଜ୍ /୦୬ ମଇ ଶୁକ୍ରବାର/ ଭୁବନେଶ୍ୱର :- କେବଳ ଝାରପୋଖରିଆ ନୁହେଁ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ପ୍ରତ୍ୟେକ ଥାନା ଓ ଫାଣ୍ଡିରେ ଗୋ ତସ୍କର୍ ମାନେ ମହାସୁଲ୍ ଦେଇ ନିୟମିତ ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶକୁ ବେଆଇନ୍ ଭାବେ ଗୋ ଚାଲାଣ ଚଳାଇ ଆସୁଥିବା ନେଇ ସେମାନେ ତ ଖୋଲାଖୋଲି ଭାବେ କହନ୍ତି ! ତେବେ ସେଭଳି ଅନ୍ୟ ଥାନା ଓ ଫାଣ୍ଡି ଉପରେ ନଜର ଦେଇ ଏସଂପର୍କରେ ଗୁଇନ୍ଦା ତଥ୍ୟ ସଂଗ୍ରହ କରି ଏଭଳି ବେଆଇନ୍ କାର‌୍ୟ୍ୟକୁ ସହଯୋଗ ଦେଇ ସହଭାଗୀ ହୋଇ ଆସିଥିବା ସେଠାରେ କାର୍ଯ୍ୟରତ ପୋଲିସ୍ ବାବୁ ମାନଙ୍କ ଉପରେ କେବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ?

ଓଡ଼ିଶାରୁ ପଶ୍ଚିମବଙ୍ଗକୁ ହେଉଥିବା ବେଆଇନ୍ ଗୋ ଚାଲାଣ ପୋଲିସ୍ ସହାୟତାରେ ଚାଲିଥିବା ଅଭିଯୋଗ ଆଜି ପ୍ରମାଣିତ ହୋଇ ଯାଇଛି ! ମୋଟା ଅଙ୍କର ବଟି ନେଇ ଗୋ ତସ୍କରଙ୍କୁ ପୋଲିସ୍ ସୁରକ୍ଷା ଦେଉଥିବା ସମ୍ପର୍କିତ ଏକ ଅଡ଼ିଓ କିଛି ଦିନ ତଳେ ଭାଇରାଲ୍ ହେବା ପରେ ମୟୁରଭଞ୍ଜ ଏସପି ଝାଡ଼ପୋଖରିଆ ଥାନାର ଏଏସଆଇ ସ୍ମୃତିରଞ୍ଜନ ସ୍ବାଇଁ ଓ ଚନ୍ଦନ ସିଂ ଏବଂ କନେଷ୍ଟବଳ ଦୀପକ କୁମାର ପାଲବାବୁଙ୍କୁ ନିଲମ୍ବିତ କରିଛନ୍ତି ! ତନ୍ମଧ୍ୟରୁ ଜଣେ ଏଏସ୍‌ଆଇ ଜଣେ ଗୋ ଡକ୍ଟର ସହ ଗୋ ଚାଲାଣ ନେଇ ଡିଲ୍ କରୁଥିବା ଏବଂ ଜିଲ୍ ଅର୍ଥ ଥାନାର ୬ଜଣ ଅଧିକାରୀ ଓ ଅଧସ୍ତନଙ୍କ ମଧ୍ୟରେ ଭାଗବଣ୍ଟା କରି ନେଇ ଗୋରୁ ଗାଢ଼ି ସବୁକୁ ସୀମା ପାର କରାଉଥିବା ସମ୍ପର୍କରେ ସେହି ଅଡିଓରୁ ବୁଝା ପଡ଼ିଥିଲା !

Exit mobile version