ଆଠଗଡ଼ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ମଇ ମାସ ଶେଷସୁଦ୍ଧା ସଂପୂର୍ଣ୍ଣ ହେବ

ଓଡ଼ିଶା ତାଜା ନ୍ୟୁଜ୍ /୦୫ ମଇ ଗୁରୁବାର/ ଭୁବନେଶ୍ୱର :- ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ଆଠଗଡ଼ ବସଷ୍ଟାଣ୍ଡର ସମସ୍ତ ନିର୍ମାଣ କାର୍ଯ୍ୟ ମଇ ମାସ ଶେଷସୁଦ୍ଧା ସଂପୂର୍ଣ୍ଣ ହେବ ‘ ଆଜି ଲୋକସେବା ଭବନଠାରେ ଯୋଜନା ଓ ସଂଯୋଜନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ ଅନୁଷ୍ଠିତ ବðଠକରେ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ଆଠଗଡ଼ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଶେଷକରି ଏହାକୁ ଯଥାଶୀଘ୍ର ଯାତ୍ରୀମାନଙ୍କ ନିମନ୍ତେ ଲୋକାର୍ପିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ‘ ଆଠଗଡ଼ ବସଷ୍ଟାଣ୍ଡର ମୂଳ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ବସଷ୍ଟାଣ୍ଡର ପାଚେରୀ, ଗେଟ୍‌, ସଂଯୋଗକାରୀ ରାସ୍ତା କାର୍ଯ୍ୟ ନିର୍ମାଣଧୀନ ରହିଛି ‘

ବସଷ୍ଟାଣ୍ଡ କାର୍ଯ୍ୟାଳୟର ଆସବାବପତ୍ର, ଯାତ୍ରୀମାନଙ୍କ ବସିବା ସୁବିଧା, ଫ୍ୟାନ ଓ ଆନୁଷଙ୍ଗିକ ସୁବିଧାର ନିର୍ମାଣ କାର୍ଯ୍ୟ ମଇ ମାସ ସୁଦ୍ଧା ଶେଷ କରିବା ପାଇଁ ବୈଠକରେ ପରିବହନ ମନ୍ତ୍ରୀ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ‘ ପ୍ରାୟ ୪ କୋଟି ୯୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ବସଷ୍ଟାଣ୍ଡ ନିମନ୍ତେ ବକେୟା ଥିବା ସମସ୍ତ ଅର୍ଥ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ସପ୍ତାହକ ମଧ୍ୟରେ ପ୍ରଦାନ କରାଯିବ ‘ ଏଥିସହିତ ବସଷ୍ଟାଣ୍ଡରେ ଅଗ୍ନିନିର୍ବାପକ ବ୍ୟବସ୍ଥା, ଆସବାବପତ୍ର, ସିସିଟିଭି ଏବଂ ଜେନେରେଟର ବ୍ୟବସ୍ଥା ପାଇଁ ଅତିରିକ୍ତ ଅର୍ଥ ଆବଣ୍ଟନ ନିମନ୍ତେ ରାସ୍ତା ଓ ଗୃହ ବିଭାଗର ଚାରବାଟିଆ ସର୍କଲର ଅଧୀକ୍ଷଣ ଯନ୍ତ୍ରୀଙ୍କ ଦ୍ୱାରା ସଂଶୋଧିତ ବ୍ୟୟ ଅଟକଳ ସପ୍ତାହକ ମଧ୍ୟରେ ବିଭାଗକୁ ପ୍ରଦାନ କରାଯିବ ‘

ବୈଠକର ସୂଚନା ଅନୁଯାୟୀ ନବନିର୍ମିତ ବସଷ୍ଟାଣ୍ଡର ରକ୍ଷଣାବେକ୍ଷଣ, ଜଗୁଆଳି ବ୍ୟବସ୍ଥା ଏବଂ ଯାତ୍ରୀମାନଙ୍କ ନିମନ୍ତେ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ପ୍ରଦାନ ନିମନ୍ତେ ଓଡ଼ିଶା ରାଜ୍ୟ ପରିବହନ ନିଗମ ଏବଂ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ‘ ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ଓଡ଼ିଶା ରାଜ୍ୟ ପରିବହନ ନିଗମର ଜେନେରାଲ ମ୍ୟାନେଜର, ଆଡ୍‌ମିନିଷ୍ଟ୍ରେସନ ଶ୍ରୀ ବ୍ରଜଗୋପାଳ ଆଚାର୍ଯ୍ୟ, ଚାରବାଟିଆ ରାସ୍ତା ଓ ଗୃହ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ମହାନ୍ତି, ଆଠଗଡ଼ ଉପଜିଲ୍ଲାପାଳ ଶ୍ରୀ ହେମନ୍ତ କୁମାର ସ୍ୱାଇଁଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ‘

Exit mobile version