ଓଡ଼ିଶା ତାଜା ନ୍ୟୁଜ୍ /୦୪ ମଇ ବୁଧବାର/ବରଗଡ :- ସନ୍ଧ୍ୟା ରେ ସ୍ଥାନୀୟ ମିନି ଷ୍ଟାଡିୟମରେ ବହୁ ପ୍ରତିକ୍ଷିତ ବରଗଡ ଜିଲ୍ଲା ପ୍ରୀମୀୟର ଲିଗ୍, ବିଡିପିଲ୍ -୭ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା କ୍ରିକେଟ ଆସୋସିଏସନ୍ ର ସଭାପତି ହରିହର ପ୍ରଧାନ ଙ୍କ ସଭାପତିତ୍ବ ରେ ଓ ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ବରଗଡ ଉପଖଣ୍ଡ ପୋଲିସ ଅଧିକାରୀ ଦୀପକ କୁମାର ଗୋଚ୍ଛାୟତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଡିପିଲ୍ -୭ କୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ପ୍ରାରମ୍ଭ ରେ ସଭାପତି ଶ୍ରୀ ପ୍ରଧାନ ସ୍ବାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ରବି ପଣ୍ଡା ପ୍ରତିଯୋଗିତା ର ଆୟୋଜନ ସମ୍ପର୍କରେ ଅବତାରଣା କରିଥିଲେ । ମୁଖ୍ୟ ଅତିଥି ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ର ପତାକା ଉତ୍ତୋଳନ କରିବା ସହ ବିଡ଼ିପିଏଲ୍ ଟ୍ରଫି କୁ ଉନ୍ମୋଚନ କରିଥିଲେ ।

ଏହି ଉତ୍ସବରେ ବିଡ଼ିପିଏଲ୍ -୭ ର ମୁଖ୍ୟ ପ୍ରାୟୋଜକ ଓଡ଼ିଶା ଏଣ୍ଟରପ୍ରାଇଯେସ ର ମୁଖ୍ୟ ଚନ୍ଦ୍ର ଶେଖର ବାଗ , ସହ ପ୍ରାୟୋଜକ ବିକାଶ ଗ୍ରୁପ ର ପ୍ରଶାସନିକ ନିର୍ଦ୍ଧେଶକ ଡି. ନାଗେଶ୍ଵର ରାଓ , ଜିଲ୍ଲା କ୍ରୀଡା ସଂସଦ ର ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ । ସଂଘ୍ ପକ୍ଷରୁ ସମସ୍ତ ଅତିଥି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଉପ ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, କୋଷାଧ୍ୟକ୍ଷ ଗୁରୁଦତ୍ତ ଦାଶ, ପୁର୍ବତନ ସାଧାରଣ ସମ୍ପାଦକ ସୁବ୍ରତ ଚାଟାର୍ଜୀ, କିଶୋର ରଥ,ଗିରିଜା ପ୍ରସାଦ ନାଥ, ପ୍ରଦୀପ ନନ୍ଦ,
