ଓଡ଼ିଶା ତାଜା ନ୍ୟୁଜ୍ /୦୪ ମଇ ବୁଧବାର/ ଭୁବନେଶ୍ୱର :- ଏସ୍ଆର୍ଏମ୍ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଶନ, ରାମାପୁରମ କ୍ୟାମ୍ପସ୍, ଚେନ୍ନାଇ (ଇଶ୍ୱରୀ ଇଞ୍ଜିନିୟରିଂ କଲେଜ, ଏସ୍ଆର୍ଏମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଓ ଏସ୍ଆର୍ଏମ୍ ଡେଂଟାଲ୍ କଲେଜ୍) ପକ୍ଷରୁ “ପ୍ରୋଜେକ୍ଟ ଡେ ୨୦୨୨” ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବ ଇଞ୍ଜିନିୟର ଓ ଡେଂଟିଷ୍ଟମାନଙ୍କ ଲୁକ୍କାୟିତ ଅଭିନବ ଉତ୍ପାଦ ବିକାଶ ପ୍ରତିଭାଗୁଡିକୁ ଲୋକଲୋଚନକୁ ଆଣିବା । ଏହି କାର୍ଯ୍ୟକ୍ରମକୁ ଆନ୍ନା ୟୁନିଭର୍ସିଟି, ଚେନ୍ନାଇର କୂଳପତି ଡଃ ଆର୍. ଭେଲ୍ରାଜ ଉଦ୍ଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଇଞ୍ଜିନିୟରିଂ, ଟେକ୍ନୋଲୋଜି, ଡେଂଟାଲ୍, ମ୍ୟାନେଜ୍ମେଂଟ୍ ଓ ଫିଲ୍ମ ଟେକ୍ନୋଲୋଜି ଆଦି ଭିନ୍ନ ଭିନ୍ନ ବ୍ରାଂଚ୍ର ଛାତ୍ରଛାତ୍ରୀଙ୍କ ଦ୍ୱାରା ୨୫୦ରୁ ଅଧିକ ଅଭିନବ ପ୍ରକଳ୍ପର ପ୍ରଦର୍ଶନ କରାଯାଇଥିଲା । ସହରର ବିଭିନ୍ନ ସ୍ଥାନରୁ ପ୍ରାୟ ୬୦ଟି ସ୍କୁଲ୍ରୁ ୬୦୦୦ରୁ ଅଧିକ ପରିଦର୍ଶକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉଦ୍ଘାଟନୀ ସମାରୋହରେ ଡଃ ଆର୍. ଭେଲ୍ରାଜ ଉଦ୍ୟୋଗୀ ଦକ୍ଷତା ଓ ବିକାଶର ଆବଶ୍ୟକତାକୁ ହାଇଲାଇଟ୍ କରିଥିଲେ ଏବଂ ରାଷ୍ଟ୍ର ବର୍ତମାନ ଅଧିକ ଉଦ୍ୟୋଗୀ ଓ ଉଦ୍ଭାବନର ଆବଶ୍ୟକ କରୁଛି ବୋଲି ମତବ୍ୟକ୍ତ କରିଥିଲେ । ଡଃ ଆର୍ ଭେଲ୍ରାଜ ଓ ଡଃ ଆର୍. ଶିବକୁମାର ପ୍ରଦର୍ଶନୀ ଷ୍ଟଲ୍ଗୁଡିକୁ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ ଓ ପ୍ରେରିତ କରିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ ।
