ଦୁର୍ଘଟଣା କମାଇବା ନେଇ ବୈପାରିଗୁଡା ପୋଲିସର  ପ୍ରୟାସ : ଜନସାଧାରଣ ସହଯୋଗ କରିବା ପାଇଁ ଅନୁରୋଗ କଲେ ଡିଏସପି ପ୍ରୋବେସନ୍ ବିରଞ୍ଚି

ଓଡ଼ିଶା ତାଜା ନ୍ୟୁଜ୍ /୦୪ ମଇ ବୁଧବାର/ ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଂଚଳରେ  ଦିନ କୁ ଦିନ ଦୁର୍ଘଟଣା ବଢି ଚାଲିଥିବା ବେଳେ ଏହା କୁ  କେମିତି ରୋକ୍ ଲଗାଯାଇ ପାରିବ ସେଥି ପାଇଁ ବୈପାରିଗୁଡା ପୋଲିସ ପକ୍ଷରୁ ବ୍ଲକର ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ କରିବା ସହିତ ବିଭିନ୍ନ ବିଷୟକୁ ନେଇ ଆଲୋଚନା ମଧ୍ଯ କରିଛନ୍ତି ବୈପାରିଗୁଡା ଥାନାରେ ଯୋଗଦାନ କରି ଥିବା ପୋଲିସ ଅଧିକାରୀ ତଥା ଡିଏସପି ପ୍ରୋବେସନ୍ ବିରଂଚି ନାରାୟଣ ଜଗତ !

ଏହା ସହି ବୈପାରିଗୁଡା ବ୍ଲକରେ କାର୍ଯ୍ୟରତ ଡ୍ରାଇଭର ମାନଙ୍କୁ ଡାକି ଏକ ବୈଠକ କରିବା ସହିତ ଅତାଧିଂକ ଯାତ୍ରୀ ମାନଙ୍କୁ ଗାଡିରେ ନ ବସାଇବା ପାଇଁ ତାଗିଦ୍ କରିବା ସହ ଡ୍ରାଇଭର ମାନଙ୍କୁ ଅନୁରୋଧ ମଧ୍ୟ କରିଥିବାର ଶୁଣିବାକୁ ମିଳୁଛି ! ସେହିପରି ଭାବେ ବୈପାରିଗୁଡା ର ପେଟ୍ରୋଲ ପମ୍ପକୁ ଯାଇ ଜନସାଧାରଣ ଙ୍କୁ ସଚେତନତା କରିବା ସହିତ ପମ୍ପ କର୍ମଚାରୀ କହିଥିଲେ ଯେ ଯେଉଁ ଚାଳକ ହେଲମେଣ୍ଟ ନ ପିନ୍ଧି କି ଆସିବ ତାକୁ ତେଲ ନ ହେବା ସହିତ ହେଲମେଣ୍ଟ ପିନ୍ଧିବା ପାଇଁ ସଚେତନତା କରନ୍ତୁ ବୋଲି କହିଥିଲେ !

ଏବଂ ଦୂର ଦୁରାନ୍ତୁ ରୁ ଆସିଥିବା ଲୋକ ମାନଙ୍କୁ ହେଲମେଣ୍ଟ ପିନ୍ଧିବା ପାଇଁ କହିଥିଲେ ! ସେହି ପରି ଭାବେ ବୈପାରିଗୁଡା ସହର ସହିତ ଆଖପାଖ ଗ୍ରାମରେ ବିକ୍ରି କରୁଥିବା ଖୁଚୁରା ପେଟ୍ରୋଲ ବ୍ଯବସାୟୀ ମାନଙ୍କୁ ମଧ୍ଯ କହିଥିଲେ ଯେ ଯେ କୌଣସି ବ୍ଯକ୍ତି ଯଦି ହେଲମେଣ୍ଟ ନ ପିନ୍ଧିଥିବ ତେବେ ତାହାକୁ ପୋଟ୍ରୋଲ ନ ଦେବା ପାଇଁ କହିବା ସହିତ ଯଦି ହେଲମେଣ୍ଟ ନ ପିନ୍ଧିଥିବା ବ୍ଯକ୍ତିଙ୍କୁ ତେଲ ଦିଆଯିବ ତେବେ ସେମାନଙ୍କ ବିରୋଧ ରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଯିବ ବୋଲି ଖୁଚୁରୀ ତେଲ ବ୍ଯବସାୟୀ ମାନଙ୍କୁ ତାଗିଦ୍ କରିଥିବାର ଦେଖାଯାଇଛି !

ସେହି ପରି ଭାବେ ମଦ୍ୟପଙ୍କ ଉତ୍ପାତ ବଢ଼ିବାରେ ଲାଗିଥିବା ବେଳେ ମଦ୍ୟପଙ୍କୁ ସାବାଡ଼ କରିବା ପାଇଁ ପକ୍ରିୟା ଆରମ୍ଭ କରାଯାଇଥିବାର ସୂଚନା ପ୍ରଦାନ କରିଛନ୍ତି ବୈପାରିଗୁଡା ଥାନା ର ଡିଏସପି ପ୍ରୋବେସନ୍ ବିରଂଚି ନାରାୟଣ ଜଗତ ! ମଦ୍ୟପ ଙ୍କ ଯୋଗୁଁ ବାରମ୍ବାର ଦୁର୍ଘଟଣା ହେଉଥିବା, ମଦ୍ୟପମାନେ ମଦ ପିଇ ଗଣ୍ଡଗୋଳ କରିବା, ମଦ ପିଇ ରାସ୍ତାରେ ଗଡ଼ିବା ଫଳରେ ସାଧାରଣ ଜନତା ଅସୁବିଧାରେ ପଡୁଛନ୍ତି ।

ତେଣୁ ସେମାନଙ୍କୁ ହିଁ ପ୍ରଥମେ ସାବାଡ୍  କରିବାକୁ ପଡିବ ବୋଲି ତାଙ୍କ ପ୍ରତିକ୍ରିୟା ପ୍ରକାଶ କରିଥିଲେ ! ଥାନା ଅଧିକାରୀ ତଥା ଡିଏସପି ପ୍ରୋବେସନ୍ ବିରଂଚି ନାରାୟଣ ଜଗତଙ୍କ ଏ ପ୍ରକାର ପଦକ୍ଷେପକୁ ଜନସାଧାରଣ ସ୍ୱାଗତ କରୁଥିବାର ଦେଖିବାକୁ ମିଳିଛି । ଥାନା ପକ୍ଷରୁ ପେଟ୍ରୋଲିଙ୍ଗ ଆଉ ଟିକିଏ କଡାକଡି କରିବା ପାଇଁ ସେଏ ଗୁରୁତ ଦେଇଥିବା ନେଇ ଜନସାଧାରଣଙ୍କୁ ଗଣମାଧ୍ଯମ ଜରିଆରେ ସୂଚନା  ପ୍ରଦାନ କରିଛନ୍ତି

Exit mobile version