
ଓଡ଼ିଶା ତାଜା ନ୍ୟୁଜ୍ /୦୩ ମଇ ମଙ୍ଗଳବାର / ରଣପୁର :- ବହୁ ଚର୍ଚ୍ଚିତ ଚାନ୍ଦପୁର ଥାନା ହରିହରପୁର ରଙ୍କ ଦଳେଇ ହତ୍ୟା ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି । ୨୦୧୨ ମସିହାରେ ଘଟିଥିବା ଏହି ହତ୍ୟା ମାମଲାର ବିଚାର କରି ନୟାଗଡ ଜିଲ୍ଲା ଦୌରା ଜଜ ରୂପଶ୍ରୀ ଚୌଧୁରୀ ଉପଯୁକ୍ତ ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦେଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ, ଚାନ୍ଦପୁର ଥାନା ଅନ୍ତର୍ଗତ ହରିହରପୁର ଗ୍ରାମର ଶୁକଦେବ ପାତ୍ର, ସର୍ବେଶ୍ୱର ମହାପାତ୍ର, ଅଶୋକ ପାତ୍ର ଓ ସସ୍ମିତା ଓରଫ୍ ବେବିନା ପାତ୍ରଙ୍କ ଗ୍ରାମଠାରୁ କିଛି ଦୂର ମଦୁଆଟାଙ୍ଗିରେ ସପରିବାରେ ରହୁଥିବା ରଙ୍କ ଦଳେଇଙ୍କ ସହ ଏକ ଛେଳି କିଣିବାକୁ ନେଇ ପାଟିତୁଣ୍ଡ ହୋଇଥିଲା । ପରେ ଏହା ଉଗ୍ରରୂପ ଧାରଣ କରିଥିଲା ।

