ରଣପୁର : ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ, ଶ୍ରୀମନ୍ଦିରରୁ ଆଜ୍ଞାମାଳ ରଥଖଳା ବିଜେ ପରେ ହେଲା ଅନୁକୂଳ ,ସ୍ତୋତ୍ରିୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନୀ ମଧ୍ୟରେ ରଥ ନିର୍ମାଣ ଅନୁକୂଳ, ସୁନା ଓ ରୁପା କୁରାଢ଼ି ଛୁଆଁଇ ଅନୁକୂଳ ହେଲା ରଥ ନିର୍ମାଣ,ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ପରମ୍ପରା,

ଓଡ଼ିଶା ତାଜା ନ୍ୟୁଜ୍ /୦୩ ମଇ ମଙ୍ଗଳବାର / ରଣପୁର :- ରଣପୁର ଶ୍ରୀଜଗନ୍ନାଥଙ୍କ ଅକ୍ଷୟ ତୃତୀୟାରେ ୩ ରଥର କାଠ ଅନୁକୂଳ ହୋଇଛି । ୨ ବର୍ଷ ହେଲା କରୋନା ଯୋଗୁ ମନ୍ଦିରରେ ରଥକାଠ ଅନୁକୂଳ ହୋଇ ନଥିବା ବେଳେ ଚଳିତ ବର୍ଷ ପରମ୍ପରା ଅନୁଯାୟୀ ମନ୍ଦିର ସମ୍ମୁଖରେ ରଥକାଠ ଅନୁକୂଳ ହେବା ସହ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ପୁରୀ ଶ୍ରୀମନ୍ଦିର ନୀତି ଭଳି ଏଠାରେ ସମସ୍ତ ନୀତି କରାଯାଇଥିଲା ।
