ଇସଲାମ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ ପବିତ୍ର ଇଦ୍ ଉଲ୍ ଫିତର

ଓଡ଼ିଶା ତାଜା ନ୍ୟୁଜ୍ /୦୩ ମଇ ମଙ୍ଗଳବାର / ଭୁବନେଶ୍ୱର :- ଇସଲାମ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ ଇଦ୍ ଉଲ୍ ଫିତର । ସାରା ଦେଶରେ ହର୍ଷ ଉଲ୍ଲାସର ସହ ପାଳନ ହେଉଛି ଏହି ପର୍ବ । ମାସକର ରମଜାନ୍ ପାଳନ ପରେ ଇଦ୍ ପାଳୁଛନ୍ତି ଲକ୍ଷାଧିକ ମୁସଲିମ୍ ଭାଇ ଭଉଣୀ । ଇଦ୍ ପାଇଁ କଟକ ସହର ସଂପୂର୍ଣ୍ଣ ପ୍ରସ୍ତୁତ । ସହରର ବିଭିନ୍ନ ମସଜିଜ୍ ଗୁଡିକରେ ସମୁହ ନମାଜ ପାଠ ସହ ବ୍ୟାପକ ଆୟୋଜନ କରାଯାଇଛି । କଦମ-ଏ-ରସୁଲ ଠାରୁ ନେଇ ଇଦଗାହ ପର‌୍ୟ୍ୟନ୍ତ ସମସ୍ତ ସ୍ଥାନରେ ପ୍ରସ୍ତୁତି ସରିଛି ।

ଗତକାଲି ଶେଷ ରୋଜା ପରେ ଆଜି ପାଳନ ହେଉଛି ଇଦ୍ । ଇଦ୍ ଉଲ୍ ଫିତର ପାଇଁ କଟକ ସହରରେ ସୁରକ୍ଷା ଦୃଷ୍ଟିରୁ ୪ଟି ଏଡ଼ ପୋଷ୍ଟ କରାଯାଇଛି ବୋଲି ଡିସିପି ସୂଚନା ଦେଇଛନ୍ତି । କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ୧୨ ପ୍ଲାଟୁନ ପୁଲିସ ଫୋର୍ସ ସହରରେ ମୃତୟନ ହୋଇଛନ୍ତି । ସେହିପରି ଦିଲ୍ଲୀର ଜାମା ମସଜିଦ୍‌ରେ ଆଜି ସକାଳେ ସମୁହ ନମାଜ ପାଠ ହୋଇଛି । ଦିଲ୍ଲୀ ସମେତ ଲକ୍ଷ୍ମୌ, ଭୋପାଳ, ମୁମ୍ବାଇ ସହ ଦକ୍ଷିଣ ଭାରତର ଅନେକ ସହରରେ ପାଳନ ହେଉଛି ଇଦ୍ । କରୋନା କଟକଣା କୋହଳ ହେବା ପରେ ଏଥର ଇଦ୍ ଜୋରସୋରରେ ପାଳନ କରୁଛନ୍ତି ଲୋକେ ।

 

Exit mobile version