
ଓଡ଼ିଶା ତାଜା ନ୍ୟୁଜ୍ /୦୩ ମଇ ମଙ୍ଗଳବାର / ଢେଙ୍କାନାଳ :- ଆଜିର ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନଟିକୁ ଆମ ରାଜ୍ୟରେ କୃଷକ ଦିବସ ଭାବେ ପାଳନ କରାଯାଏ । ଏହି ଦିନର ଅମୃତ ବେଳାରେ କୃଷକମାନେ ଅଖି ମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ କମଗରାପାଟଣା ଗ୍ରାମରେ କୃଷକ ଦିବସ ପାଳିତ ହୋଇଯାଇଛି । ମାନ୍ୟବର ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଏବଂ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ପୌରହିତ୍ୟ କରି ଏକାଠି ଆଖି ମୁଠି ଅନୁକୂଳ କରିଛନ୍ତି ।

