
ଓଡ଼ିଶା ତାଜା ନ୍ୟୁଜ୍ /୦୨ ମଇ ସୋମବାର / ଭୁବନେଶ୍ୱର :- ଭୁବନେଶ୍ୱର ଓ ହାଇଦ୍ରାବାଦରେ ସଫଳତାର ସହ ପାଳନ ହେବା ପରେ ଏବେ କଳିଙ୍ଗ ସ୍ୱରାଜ ମହିଳା ୱିଙ୍ଗ୍ ପୁନେ ସହରରେ ଆୟୋଜନ କରିଛନ୍ତି ମହିଳାମାନଙ୍କ ମିଳନ ‘ଅବୀରଲ’ (ଯାହାର କୌଣସି ଅନ୍ତ ନାହିଁ) | ଏଥିରେ ଶତାଧୀକ ରୁ ଅଧିକ ମହିଳା ଯୋଗ ଦେଇଥିଲେ। ଏଇଠି ମହିଳା ଉଦ୍ୟୋଗୀ ମାନେ ନିଜ ଉତ୍ପାଦର ପ୍ରଦର୍ଶନ ଏବଂ ପ୍ରଚାର କରିବାର ସୁଯୋଗ ପାଇଥିଲେ। ମହିଳାମାନେ କିଭଳି ଭବରେ ପରସ୍ପରକୁ ସାହାଯ୍ଯ ଓ ସୁବିଧା ଯୋଗାଇ ପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା । ଓଡିଶା ବାହାରେ ଓଡ଼ିଆ ମହିଳାଙ୍କ ଏକତା ଏବଂ ଉତ୍ସାହ ଉଲ୍ଲେଖନୀୟ ଥିଲା ।

କଳିଙ୍ଗ ସ୍ୱରାଜ ମହିଳା ୱିଙ୍ଗ୍ ର ଅନବରତ ପ୍ରଚେଷ୍ଟା ଯୋଗୁଁ ଅଜି କେବଳ ଦେଶର ବିଭିନ୍ନ ରାଜ୍ଯରେ ନୁହଁ ବରଂ ଓଡିଆ ମହିଳା ମାନେ ସାରା ବିଶ୍ୱରେ ଏକତ୍ରୀତ ହୋଇପାରିଛନ୍ତି । କଳିଙ୍ଗ ସ୍ୱରାଜ ମହିଳା ୱିଙ୍ଗ ହେଉଛି ଏକ ଫେସବୁକ ଗୋଷ୍ଠୀ ଯାହାକି ଓଡିଆ ମହିଳାମାନଙ୍କୁ ସମଗ୍ର ବିଶ୍ୱରେ ସଂଯୋଗ କରିବା ଦିଗରେ କାର୍ଯ୍ୟ କରୁଛି | ଏହା ଏକ ପ୍ଲାଟଫର୍ମ ଯାହା ଓଡିଆ ସଂସ୍କୃତି, ପରମ୍ପରା ଏବଂ ଖାଦ୍ୟ ବିଷୟରେ ସଚେତନତା ସୃଷ୍ଟି କରେ, ପ୍ରତିଭାକୁ ପ୍ରୋତ୍ସାହିତ କରେ, ଘରୋଇ ଉଦ୍ୟୋଗୀମାନଙ୍କୁ ସୁଯୋଗ ଦେଇଥାଏ,
