
ଓଡ଼ିଶା ତାଜା ନ୍ୟୁଜ୍ /୦୨ ମଇ ସୋମବାର / ଭୁବନେଶ୍ୱର :- ‘ମୋ କଲେଜ’ ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହି କ୍ରମରେ ସୋମବାର ଦିନ ରେଭେନ୍ସା ବିଶ୍ୱବିଦ୍ୟାଳୟ ସହିତ ୧୮ଟି ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ନିର୍ମାଣ ଲାଗି ରାଜ୍ୟ ସରକାର ୨ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ‘ମୋ କଲେଜ’ ଅଭିଯାନ ଅଧୀନରେ ୨୦୨୧ ଅକ୍ଟୋବର ମାସରେ ପ୍ରଥମ ପର୍ଯ୍ୟାୟରେ ୧୨ଟି ମହାବିଦ୍ୟାଳୟ ଏବଂ ୨ଟି ବିଶ୍ୱବିଦ୍ୟାଳୟ ପାଇଁ ଆର୍ଥିକ ଅନୁଦାନ ମିଳିଥିଲା । ଆଜି ଦ୍ୱିତୀୟ ପର୍ଯ୍ୟାୟ ଅନୁଦାନ ପ୍ରଦାନ ବେଳେ ରାଜ୍ୟର ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଛି ।

