କାଠ ଗଣ୍ଡି ଚୋରା ଚାଲାଣ ବେଳେ ଭିଜିଲାନ୍ସ ସ୍କ୍ୱାର୍ଡ ଦ୍ଵାରା ଧରାପଡିଲା

ଓଡ଼ିଶା ତାଜା ନ୍ୟୁଜ୍ /୦୨ ମଇ ସୋମବାର / ବରଗଡ଼ :- ବରଗଡ଼ ଜିଲ୍ଲା ଭଟଲି ବନ ଖଣ୍ଡ ଅଞ୍ଚଳ ରୁ ଗତକାଲି ମୂଲ୍ୟବାନ କାଠଗଣ୍ଡି ଏକ ମହେନ୍ଦ୍ର ପିକଅପ ଭ୍ୟାନରେ (ସିଜି ୧୩ ଏଜେ୦୮୦୪) ଚୋରା ଚାଲାଣ ବେଳେ ବଡ଼ମାଳ ବନଖଣ୍ଡ ଚେକଗେଟରେ ବନ ବିଭାଗ ଓ ଭିଜିଲାନ୍ସ ସ୍କ୍ୱାର୍ଡ ଦ୍ଵାରା ଧରାପଡିଥିଲେ ।

ଗାଡି ଚାଳକକୁ ପଚରାଉଚରା ପରେ ଏହାର କୈାଣସି କାଗଜ ପତ୍ର ନ ଥିବା ଜଣାପଡିଥିଲା । ଜବତ କାଠଗଣ୍ଡି ୫୫.୭୯୭ ସିଏଫଟି ଏବଂ ଏହାର ଆନୁମାନିକ ମୂଲ୍ୟ ୩ଲକ୍ଷ ୯୦ ହଜାର ଟଙ୍କା ବୋଲି ଜଣାପଡ଼ିଛି । ମହେନ୍ଦ୍ର ପିକଅପ ଭ୍ୟାନ ଓ କାଠଗଣ୍ଡି ଜବତ୍ କରିବା ସହ ଚାଲକକୁ କୋର୍ଟ ଚାଲାଣ କରାଯାଇଛି ।

Exit mobile version