୧୬ ଜଣ ହିତାଧିକାରୀ ଙ୍କୁ ଅର୍ଥ ରାଶି ପ୍ରଦାନ କଲେ ସରପଞ୍ଚ ଗାୟତ୍ରୀ ବେହେରା

ଓଡ଼ିଶା ତାଜା ନ୍ୟୁଜ୍ /୦୧ ମଇ ରବିବାର / ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ସରପଞ୍ଚ ଗାୟତ୍ରୀ ବେହେରା  ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ନୂଆଗାଁ ବ୍ଲକ୍ ରେ ଚର୍ଚ୍ଚାରେ । କଥାରେ ଅଛି କର୍ମ ଅନୁସାରେ ଫଳ । ବୋଧହୁଏ ଲୋକ ମାନଙ୍କ ସେବା ପାଇଁ ପଞ୍ଚାୟତ ନିର୍ବାଚନ ରେ ୧୫ ଶହ ରୁ ଉର୍ଦ୍ଧ୍ବ ଭୋଟ ରେ ବିଜୟୀ ହୋଇଥିଲେ ଗାୟତ୍ରୀ ବେହେରା ।

କିଛି ଦିନ ତଳେ ଏକ ଷଣ୍ଢ କୁ ନିଜସ୍ଵ ଅର୍ଥରେ ଚିକିତ୍ସା କରି ମାନବିକତା ଏବଂ ପଶୁ ପ୍ରେମ ର ଉଦାହରଣ ଦେଇଥିଲେ ସରପଞ୍ଚ । ଆଜି  ସିଙ୍ଗାର ପଲ୍ଲୀ ପଞ୍ଚାୟତ ରେ  ୧୬ ଜଣ ହିତାଧିକାରୀ ଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସାମିଲ କରି ମଞ୍ଜୁର ହୋଇଥିବା ଅର୍ଥ ରାଶି ପ୍ରଦାନ କରିଥିଲେ ସରପଞ୍ଚ ଗାୟତ୍ରୀ ବେହେରା । ତତ୍ ସହିତ ମୃତକ ମାନଙ୍କ ପରିବାରର ସମସ୍ତ ସଦସ୍ୟ ଙ୍କୁ ଗଭୀର ସମବେଦନା ଜଣାଇଥିଲେ ସରପଞ୍ଚ ।

Exit mobile version