ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେଲେ ବୈପାରିଗୁଡା ଶିକ୍ଷକ ସଂଘ

ଓଡ଼ିଶା ତାଜା ନ୍ୟୁଜ୍/୦୧ ମଇ ରବିବାର/ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ଗୋଷ୍ଠୀଶିକ୍ଷା ଅଧିକାରୀ ସୁଧିର ଚନ୍ଦ୍ର ରଥଙ୍କ ଚାକିରୀ ଜୀବନରୁ ଅବସର ନେବା ପରେ ଆଜି  ବୈପାରିଗୁଡା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଣ୍ଡାଗୁଡା ଠାରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରିଥିବାର ଦେଖାଯାଇଛି ! ବୈପାରିଗୁଡା ବ୍ଲକ ଗୋଷ୍ଠୀ ଶିକ୍ଷାଅଧିକାରୀ ( ବିଇଓ ) ଭାବେ ସେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଭାବେ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା  ଯୋଗ ଦେଇଥିବା ବେଳେ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଅଧିକାରୀ ସୁଧିର ଚନ୍ଦ୍ର ରଥ, ଓ ତାଙ୍କ ପତ୍ନୀ,ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ରଥ ,ବ୍ଲକ ଉପାଧ୍ୟକ୍ଷ ପୂର୍ଣ୍ଣମା ବାରିକ , ସଂଘର ଉପଦେଷ୍ଟା ତଥା ଆଇନଜୀବୀ ପି.ରମେଶ ପାତ୍ର ,

ମନୋଜ ମହାପାତ୍ର ( ମୁନା ), ସଂଘର ଜିଲ୍ଲାସଭାପତି ତ୍ରିନାଥ ଖରା , ବରିଷ୍ଟ ସାମ୍ବାଦିକ ଗୋପିନାଥ ଦୋରା , ପୂର୍ବତନ ସଂଘ ସଭାପତି ଶରତ ଚନ୍ଦ୍ର ରାଉତ , ସଂଘ ସଭାପତି ଚିତାରାମ ବାରିକ , ସମ୍ପାଦକ ସୁରେନ୍ଦ୍ର ଖରା , ଏବିଇଓ କନକ ମଞ୍ଜରୀ ଭତ୍ରା , ସଚିନ ମଲ୍ଲିକ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଉପସ୍ଥିତ ରହିଥିଲେ ! ଶ୍ରୀ ରଥ ବୈପାରିଗୁଡା ବ୍ଲକରେ ବିଇଓ ଭାବେ ଦୀର୍ଘ ଦିନ କାର୍ଯ୍ୟକାଳ ମଧ୍ୟରେ ଜୟପୁର , କୁନ୍ଦୁରା, କୋଟପାଡ ବ୍ଲକର  ଭାରପାପ୍ତ  ବିଇଓ ଭାବେ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ କାମ ମଧ୍ଯ କରିଛନ୍ତି ।  ଜଣେ ଦକ୍ଷ ଓ ନିଷ୍ଠାପର କର୍ମଚାର ଭାବେ ପଦୋନ୍ନତି ପାଇ ପରେ ସେ ବୈପାରିଗୁଡା ବ୍ଲକରେ ବିଇଓ  ଭାବେ କାର୍ଯ୍ୟ କରିଥିଲେ । 

ଜଣେ ଦକ୍ଷ ଅଧିକାରୀ ସହିତ କର୍ମଚାରୀ ମାନଙ୍କର ନାଯ୍ୟ ଦାବି ଓ ଅଧିକାର ପାଇଁ ସଂଗ୍ରାମ କରୁଥିବା ବିଷୟ କୁ ଅନେକ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସମ୍ବର୍ଦ୍ଧନା ସଭାରେ ଅନ୍ଯ ମାନଙ୍କୁ ଭାଷଣ ମାଧ୍ଯମରେ ଜଣାଇଥିଲେ ।  ଅବସର ସମୟରେ ସମସ୍ତ ସହକର୍ମୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସୁଖ ଓ ନିରାମୟ ଜୀବନ କାମନା କରି ଶୁଭେଚ୍ଛା ଜଣାଇଛନ୍ତି ବିଇଓ ସୁଧିର ଚନ୍ଦ୍ର ରଥ । ବୈପାରିଗୁଡା ବ୍ଲକ ସମସ୍ତ ବିଦ୍ଯାଳୟ ରୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଏହି ସମ୍ବର୍ଦ୍ଧନା ସଭାରେ ଅଂଶ ଗ୍ରହଣ କରିଥିଲେ !

Exit mobile version