ନୟାଗଡ଼ ପଠାଣି ସାମନ୍ତ ଭବନରେ ଜିଲ୍ଲା ସ୍ତରୀୟ – ଅନ୍ତର୍ଜାତୀୟ ଶ୍ରମ ଦିବସ

ଓଡ଼ିଶା ତାଜା ନ୍ୟୁଜ୍/ ୩୦ ଏପ୍ରିଲ ଶନିବାର/ ନୟାଗଡ଼ :- ନୟାଗଡ଼ ପଠାଣି ସାମନ୍ତ ଭବନରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଶ୍ରମ ଦିବସ ଜିଲ୍ଲା ଶ୍ରମ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି | ଏଥିରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଦୀପ ମହାନ୍ତି ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୌରାଧକ୍ଷ୍ୟ ନିରୁପମା ଖଟେଇ ଯୋଗ ଦେଇଥିଲେ | ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ତହସିଲଦାର ରଜା ସ୍ୱାଇଁ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ,

ମନୋରଞ୍ଜନ ମହାରଣା ପ୍ରମୁଖ ଯୋଗଦେଇ ଶ୍ରମିକ କଲ୍ୟାଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ | ଏହି ଅବସରରେ ମୁଖ୍ୟ ଅତିଥିଙ୍କ ସମେତ ମଂଚାସୀନ ଅତିଥିମାନେ ଶ୍ରମିକ କଲ୍ୟାଣ ଯୋଜନାରେ ବିଭିନ୍ନ ହିତାଧିକାରୀଙ୍କୁ ଶ୍ରମ ବିଭଗ ତରଫରୁ ପ୍ରଦତ୍ତ ଅର୍ଥ ରାଶି ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ବହୁ ଶ୍ରମିକ ସଂଗଠନ ସମେତ ଶ୍ରମିକ ଯୋଗ ଦେଇଥିଲେ | ପରି ଶେଷରେ ଜିଲ୍ଲା ଶ୍ରମ ଅଧିକାରିଣୀ ପାରମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ

Exit mobile version