ବଳଭଦ୍ରପୁର ପଞ୍ଚାୟତ ଲାଖପଡ଼ାର : ଅଂଶୁଘାତରେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୂତ୍ରରୁ ଜଣାଯାଇଛି

ନୟାଗଡ ଜିଲ୍ଲା ରଣପୁର ବ୍ଲକ ର ଲାଖପଡ଼ା ଗ୍ରାମର ପ୍ରଥମ ଅଂଶୁଘାତରେ ଜଣେ ମୃତ । ଖରା ଉତ୍ତାପ ଯୋଗୁଁ ଅଂଶୁଘାତରେ ଗୋବିନ୍ଦ ଜେନା ଙ୍କ ମୃତ୍ୟୁ ଘଟିଛି ।

ଗୋବିନ୍ଦଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦେହରେ ଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ବୈଦ୍ୟନାଥ ନନ୍ଦ କହିଥିଲେ : ଅଂଶୁଘାତ

ଓଡ଼ିଶା ତାଜା ନ୍ୟୁଜ୍/ ୩୦ ଏପ୍ରିଲ ଶନିବାର/ ରଣପୁର :- ରଣପୁର ବ୍ଲକ୍ ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତ ଲାଖପଡ଼ା ଗାଁର ଜନୈକ ବୃଦ୍ଧ ବ୍ୟକ୍ତିଙ୍କର ଗତ ୨୪ ତାରିଖରେ ଅଂଶୁଘାତଜନୀତ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା । ଏ ନେଇ ମୃତକ ବ୍ୟକ୍ତି ଗୋବିନ୍ଦ ଜେନାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ତହସିଲ ଓ ହସ୍ପିଟାଲ କର୍ତ୍ତୃପକ୍ଷ ମୃତକ ପରିବାରକୁ ଭେଟି ତଦନ୍ତ କରି ଫେରିଥିବା ଜଣାଯାଇଛି । ଖବର ନେବାରେ ଜଣାଯାଇଛି ଗତ ୨୪ତାରିଖରେ ଲାଖପଡ଼ା ଗାଁର ଗୋବିନ୍ଦ ଜେନ (୬୪) ପୂର୍ବାହ୍ନ ସାଢେ ୮ ଟାରେ ଜାଳେଣୀ କାଠ ସଂଗ୍ରହ ବୃଦ୍ଧଙ୍କ ମୃତ୍ୟୁ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ ।

ହେଲେ ଦୀର୍ଘ ସମୟ ଧରି ଗୋବିନ୍ଦ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ଗୋବିନ୍ଦଙ୍କୁ ଜଙ୍ଗଲ ମଧ୍ୟରେ ଅଚେତ ହୋଇପଡ଼ିଥିବା ଦେଖି ଘରକୁ ନେଇ ଆସିଥିଲେ । ପରେ ପ୍ରାଥମିକ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ରଣପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଗୋବିନ୍ଦଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦେହରେ ଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ବୈଦ୍ୟନାଥ ନନ୍ଦ କହିଥିଲେ ।

ତେବେ ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ଥିବା ବେଳେ ଡାକ୍ତର ଶ୍ରୀ ନନ୍ଦ, ଅତିରିକ୍ତ ତହସିଲଦାର ଅବିନାଶ ମାହାର ଓ ରାଜସ୍ବ ନିରୀକ୍ଷକ ମନୋଜ ପ୍ରଧାନ ପ୍ରମୁଖ ମୃତକ ପରିବାରକୁ ଭେଟିଥିଲେ । ଅପରପକ୍ଷେ, ତଦନ୍ତକାରୀ ୩ ଜଣିଆ ଟିମ୍ ମୃତ୍ୟୁର ପାରିପାର୍ଶ୍ବକ ପରିସ୍ଥିତି ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇଥିଲେ । ତେବେ ଉକ୍ତ ତଦନ୍ତ ଆଧାରରେ ଗୋବିନ୍ଦଙ୍କ ମୃତ୍ୟୁ ଅଂଶୁଘାତଜନୀତ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୂତ୍ରରୁ ଜଣାଯାଇଛି । ତେବେ ଚଳିତ ବର୍ଷ ଏହା ଜିଲ୍ଲାର ପ୍ରଥମ ଅଂଶୁଘାତଜନୀତ ମୃତ୍ୟୁ ବୋଲି କୁହାଯାଉଛି ।

Exit mobile version