ଓଡ଼ିଶା ତାଜା ନ୍ୟୁଜ୍/ ୩୦ ଏପ୍ରିଲ ଶନିବାର/ ଚାନ୍ଦପୁର :- ବିଗତ କିଛି ଦିନ ତଳେ ରାଜଜଙ୍କିଆର ଆତ୍ମହତ୍ୟା ଘଟଣା କୁ ମର୍ଡର କେସର ରୂପ ଦେଉଥିବା କେତେକ ଅସାମାଜିକ ଲୋକ ମାନଙ୍କୁ ଗିରଫ କରୁଛି ଚାନ୍ଦପୁର ପୋଲିସ୍ । ରାଜ ଜଙ୍କିଆ ଗ୍ରାମରେ କିଛି ଲୋକଙ୍କୁ ପୋଲିସ ବିରୁଧରେ ଉତ୍ତେଜନା ସୃଷ୍ଟି କରାଇ ପୋଲିସ ଥାନା ଘେରାଉ କରିଥିଲେ । ଯାହାକୁ ନେଇ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ କୁ ଗିରଫ କରି ପୋଲିସ୍ କୋର୍ଟ ଚାଲାଣ କରୁଥିବା କଥା ଜଣାଯାଉଛି । ତେବେ ଗତ ୨୪ ତାରିଖରେ ଦୀପକ ରାଉତ ଙ୍କୁ ଗିରଫ କରିଛି ଚାନ୍ଦପୁର ପୋଲିସ ।
ସୂଚନାନୁସାରେ ଉକ୍ତ ଅଭିଯୁକ୍ତ ଙ୍କ ନାମରେ ୪ଟି ଅଭିଯୋଗ ଥିବା ବେଳେ ଏକ ଟ୍ରାକ୍ଟର ଚୋରି କେସ ର ଅଭିଯୋଗ ମଧ୍ୟ ରହିଛି । ଉକ୍ତ ଅଭିଯୁକ୍ତଙ୍କୁ ରାଜଜଂକିଆ ଗ୍ରାମର ମିଛ ମର୍ଡର କେସ ମାମଲାରେ ସଂପୃକ୍ତ ରହି ଚାନ୍ଦପୁର ଥାନା ଘେରାଉ କରିବା ଅଭିଯୋଗରେ ଗିରଫ କରାଯାଇଥିବା ଜଣାପଡିଛି । ତେବେ ଚାନ୍ଦପୁର ପୋଲିସ ଗତ ରବିବାର ଦିନ ଓସ୍ତପଡ଼ା ଗ୍ରାମର ଦୀପକ ରାଉତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଗକୁ ତଦନ୍ତ ଜାରି ରଖି ଏହି କେସରେ ସଂପୃକ୍ତ ଅନ୍ୟ ଆସାମୀ ମାନଙ୍କୁ ଧରିବେ ବୋଲି ଥାନା ଅଧିକାରୀ ମତ ରଖିଛନ୍ତି ।

