
ଓଡ଼ିଶା ତାଜା ନ୍ୟୁଜ୍/ ୩୦ ଏପ୍ରିଲ ଶନିବାର/ ଭୁବନେଶ୍ୱର :- ନିଯୁକ୍ତି ତଥା ଆତ୍ମନିଯୁକ୍ତି ମାଧ୍ୟମରେ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ବ୍ୟାପକ ରୋଜଗାରର ବାଟ ରହିଛି । ମନୁଷ୍ୟର ଜୀବନଶୈଳୀ ବଦଳିବା ସହିତ ରୁଚି ବଦଳିଛି, ଚାହିଦା ବଢ଼ିଛି ଏବଂ ଏଥିସହ ଦୁଧ୍ଧ, ମାଂସ ଓ ଅଣ୍ଡା ଆଦି ଖାଦ୍ୟର ଉତ୍ପାଦନରେ ମଧ୍ୟ ଆଶାତୀତ ବୃଦ୍ଧି ଘଟିଛି । ଆଜି କୃଷି ଭବନ ପ୍ରେକ୍ଷାଳୟରେ ପ୍ରଥମ ଥର ପାଇଁ ସଂପୂର୍ଣ୍ଣ ସରକାରୀ ଭାବେ ରାଜ୍ୟସ୍ତରୀୟ ବିଶ୍ୱ ପ୍ରାଣୀଚିକିତ୍ସା ଦିବସ’ ପାଳନ ଅବସରରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉପରୋକ୍ତ ମର୍ମରେ ଉଲ୍ଲେଖ କରିଛନ୍ତି । ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ଦୁଧ୍ଧ ଉତ୍ପାଦନ ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ଏହା ୮.୭୫ ଲକ୍ଷ ମେଟି୍ରକ୍ ଟନ୍ରୁ ୨୦୨୧ରେ ୨୩.୭୩ ଲକ୍ଷ ମେଟି୍ରକ୍ ଟନ୍କୁ ବୃଦ୍ଧି ପାଇଛି । ଗତ ୨୦ ବର୍ଷ ମଧ୍ୟରେ ମାଂସ ଉତ୍ପାଦନ ପ୍ରାୟ ଛଅଗୁଣ ବୃଦ୍ଧି ପାଇଛି ।

