
ଓଡ଼ିଶା ତାଜା ନ୍ୟୁଜ୍/ ୩୦ ଏପ୍ରିଲ ଶନିବାର/ ଭୁବନେଶ୍ୱର :- ରାଜ୍ୟର ବିକାଶରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପଗୁଡିକର ପ୍ରମୁଖ ଭୂମିକା ରହିଛି । ଏହା କେବଳ ରାଜ୍ୟର ସାମୂହିକ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁନାହିଁ, ବରଂ ଆମ ରାଜ୍ୟର ଯୁବଶକ୍ତିଙ୍କୁ କର୍ମସଂସ୍ଥାନ ଯୋଗାଇବା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟରେ ଯେଉଁ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି ତାହା ଆଗାମୀ ଦିନରେ ଅର୍ଥନୈତିକ ବିକାଶ ସହିତ କର୍ମନିଯୁକ୍ତି କ୍ଷେତ୍ରରେ ପ୍ରମୁଖ ମାଧ୍ୟମ ସାବ୍ୟସ୍ତ ହେବ ବୋଲି ଶକ୍ତି, ଶିଳ୍ପ, ଏମଏସଏମଇ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମତବ୍ୟକ୍ତ କରିଛନ୍ତି । ମନ୍ତ୍ରୀ କ୍ୟାପଟେନ ମିଶ୍ର ଖୋର୍ଦ୍ଧା ଏବଂ କଟକର କେତେକ ଶିଳ୍ପ ପ୍ରତିଷ୍ଠାନ ୟୁନିଟ ପରିଦର୍ଶନ ବେଳେ ଏହା ପ୍ରକାଶ କରିଛନ୍ତି । ଗତ କାଲି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଖୋର୍ଦ୍ଧା ଜିଲ୍ଲା ଜାଆଁଳ ପଞ୍ଚାୟତ କାଷ୍ଠ କାରିଗରୀ ଶିଳ୍ପ ସମବାୟ ସମିତି ପରିଦର୍ଶନ କରିଥିଲେ ।

